ମାଟ୍ରିକ ବିଦ୍ୟାର୍ଥୀ ମାନଙ୍କୁ କିଟସ ବଣ୍ଟନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଦେବଦାସୀ ଜେନାଙ୍କ ଦ୍ୱାରା ଗଠିତ ହୋଇଥିବା ଶିକ୍ଷା ଉପଦେଷ୍ଟା କମିଟି ପକ୍ଷରୁ ପ୍ରଥମ ଥର ପାଇଁ ମାଟ୍ରିକ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଉପକରଣୀୟ କିଟସ ବଣ୍ଟନ କରାଯାଇଛି। ପ୍ରଥମେ ପୁରିପଡା ବିଦ୍ୟାଳୟ ଠାରେ ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ସୌମ୍ୟରଂଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଶିକ୍ଷାବିତ ଅର୍ଜୁନ ଚରଣ ବରାଳ, ମୁକ୍ତିକାନ୍ତ ମହାନ୍ତି, ସୁରେନ୍ଦ୍ର କୁମାର ରାଉତ, ଶତ୍ରୁଘନ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ କିଟସ ବଣ୍ଟନ କରିଥିଲେ। ସେହିଭଳି ଯଶୋଟିକିରି ସ୍ଥିତ ସୁବର୍ଣ୍ଣମୁଖି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସରପଞ୍ଚ ଶ୍ରୀମତୀ ଜେନାଙ୍କ ଏଭଳି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ଭୂୟସି ପ୍ରଶଂସା କରିଥିଲେ। ଏହାସହିତ ବ୍ଲକ ଅଂଚଳର ନେରଡ଼ା ପଞ୍ଚାୟତ ଅଧିନ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇଁ ପଞ୍ଚାୟତ ପକ୍ଷରୁ ଗଠନ ହୋଇଥିବା ଶିକ୍ଷା ଉପଦେଷ୍ଟା କମିଟିକୁ ମଧ୍ୟ ଶ୍ରୀ ସ୍ୱାଇଁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ଜେନା, ଅର୍ଜୁନ ସାହୁ, ଧର୍ମାନନ୍ଦ ମିଶ୍ର, ସୂର୍ଯ୍ୟମଣି ରାଉତ, କାଳନ୍ଦୀ ମହାରଣା, ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଉପକରଣ ବିତରଣ କରିଥିଲେ। କାର୍ଯ୍ୟକ୍ରମକୁ ଦିଲ୍ଲୀପ ପୃଷ୍ଟି, ଐରିଗଞ୍ଜନ ଦର୍ପ ନାରାୟଣ ବରାଳ, ଅଭିଜିତ ରାଉତ, ମାନସ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ