ମାଡ଼ମାରି ଲୁଟ୍  ମାମଲା ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ଥାନା ବଡ ଡୁମ୍ବୁଳା ଗ୍ରାମର ଶିବ ଓରଫ ଶିବ ଶଙ୍କର ପ୍ରଧାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨ ତାରିଖ ସନ୍ଧ୍ୟା ରେ ବି . ତୁରୁବୁଡି ପଞ୍ଚାୟତ ଅନ୍ତର୍ଗତ ଗାଇଗୁହାଳ ଛକ ନିକଟରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ସ୍ବତନ୍ତ୍ର ଫାଇନାନ୍ସ କମ୍ପାନୀର ୨ କର୍ମଚାରୀ ଖଲ୍ଲିକୋଟ ଅଞ୍ଚଳର ସୁଦାମ ମଲ୍ଲିକ ଏବଂ ସୋରଡାର ଶଙ୍କର ପ୍ରସାଦ ସାହୁ ଦୁହେଁ ମିଶି ଋଣଟଙ୍କା ଆଦାୟ କରି ବି. ତୁରୁବୁଡ଼ି ଗ୍ରାମରୁ  ସାନଡୁମ୍ବୁଳା ଅଭିମୁଖେ ଯାଉଥିଲେ।ଏହି ସମୟରେ ଅନ୍ୟ ଏକ ବାଇକରେ ଅଭିଯୁକ୍ତ ଶିବ ଓ ତାଙ୍କ ୨ ସହଯୋଗୀ  ଗାଈଗୁହାଳ ଛକ ନିକଟରେ ସେମାନଙ୍କୁ ଅଟକାଇବା ସହ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ଦୁଇ କର୍ମଚାରୀ ରାଜି ନହେବାରୁ ୩ ଅଭିଯୁକ୍ତ ସେମାନଙ୍କୁ ଆକ୍ରମଣ କରି ବ୍ଯାଗରେ ଧରିଥିବା ୬୫ ହଜାର ଟଙ୍କା ଛଡାଇ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ