ମାଡାମ ତୁଷାଦରେ ଶ୍ରୀଦେବୀ
ସିଙ୍ଗାପୁରସ୍ଥିତ ମାଡାମ ତୁଷାଦ ମୁ୍ୟଜିୟମରେ ସ୍ଥାନ ପାଇଲା ବଲିଉଡର ହାୱାହାୱାଇ ଶ୍ରୀଦେବୀଙ୍କ ପ୍ରତିମୁର୍ତ୍ତୀ । ଏଠାରେ ଫିଲ୍ମ ମିଷ୍ଟର ଇଣ୍ଡିଆରେ ଶ୍ରୀଦେବୀଙ୍କ ହାୱାହାୱାଇ ଗେଟଅପ ସ୍ଥାନ ପାଇଛି । ଏହି ଅବସରରେ ବୋନିକପୁର, ଖୁସି ଓ ଜାହ୍ନବୀ ଭାବବିହ୍ୱଳ ହୋଇପଡିଥିଲେ ।ଏହି ଦିବଂଗତ ବଲିଉଡ ନାୟିକାଙ୍କ ମୂର୍ତ୍ତିକୁ ତାଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଯୋଜକ ବୋନି କପୁର, ଝିଅ ଜାହ୍ନବୀ କପୁର ଓ ଖୁସି କପୁର ଏହି ମୂର୍ତ୍ତି ଅନାବରଣ କରିଛନ୍ତି । ଭାବ ବିହ୍ୱଳ ଜାହ୍ନବୀ, ଖୁସି ମୂର୍ତ୍ତି ଅନାବରଣ ପରେ କିଛି ଫଟୋ ସାମନାକୁ ଆସିଛି । ଏହି ମୂର୍ତ୍ତି ଅବିକଳ ଶ୍ରୀଦେବୀଙ୍କ ପରି ହୋଇଛି । ଝିଅ ଜାହ୍ନବୀ ଓ ଖୁସି ଭାବ ବିହ୍ୱଳ ହୋଇ ଏହାକୁ ଦେଖୁଥିବାର ଫଟୋ ଦେଖିବାକୁ ମିଳିଛି। ସେମାନଙ୍କ ସହ ପୁରା ପରିବାର ଥିବାର ଫଟୋ ମଧ୍ୟ ସାମନାକୁ ଆସିଛି ।