ମାଣବସା ଗୁରୁବାର ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର ବଡସାହି ଛକରେ ମା’ମହାଲକ୍ଷ୍ମୀଙ୍କ ମାର୍ଗଶିର ମାସ ଗୁରୁବାର ପୂଜା ଉପଲକ୍ଷେ ନଭେମ୍ବର ୬ ତାରିଖ, ରବିବାର ଦିନ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଶୁଭଖୁଣ୍ଟି ସ୍ଥାପନ କର୍ତ୍ତା ଭାବେ ଗଣପତି ପ୍ରଧାନ କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜା କମିଟି ର ସଭାପତି ଗଣପତି ସାହୁ, ଅଜିତ୍ କୁମାର ସାହୁ, ଧରଣୀଧର ସାହୁ, ଡକ୍ଟର ଶୁଶାନ୍ତ କୁମାର ସାହୁ, ଧାର୍ମିକ ପ୍ରଧାନ, କୋଇଲି ସାହୁ, ଅକ୍ଷୟ ପ୍ରଧାନ, ବିକ୍ରମ କେଶରୀ ସାହୁ, ଶ୍ରୀକାନ୍ତ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, କାଳୁ ଚରଣ ପ୍ରଧାନ, କନ୍ଦର୍ପ ପ୍ରଧାନ, ମଳୟ ରଞ୍ଜନ ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ ସହଯୋଗରେ ପୁରୋହିତ ସୁନିଳ କୁମାର ଶତପଥୀ ଓ ପ୍ରଫୁଲ କୁମାର ମହାପାତ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ଗ୍ରାମବାସୀ ସହଯୋଗ କରି ଥିବା ବେଳେ କାର୍ଯ୍ୟକ୍ରମକୁ ସୁରେନ୍ଦ୍ର ନାଥ ପ୍ରଧାନ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ