ବିଭିନ୍ନ ସମସ୍ୟା ନେଇ ଗଜପତି ନିର୍ମାଣ ଶ୍ରମିକ ସଂଘ ଶ୍ରମମନ୍ତ୍ରୀଙ୍କୁ ଭେଟିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କାଯ୍ୟରତ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶ୍ରମମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି. ଜିଲ୍ଲା ନିର୍ମାଣ ଶ୍ରମିକ ସମନ୍ନୟ କମିଟି ତରଫରୁ ଭୋଳାନାଥ ପାତ୍ରଙ୍କ ନେତୃତ୍ୱରେ ଏହି ଶ୍ରମିକମାନେ ଭୁବନେଶ୍ୱରଠାରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ତାଙ୍କରି ବାସଭବନରେ ସାକ୍ଷାତ କରି ଶ୍ରମିକଙ୍କ ପଞ୍ଜିକରଣ ନିମନ୍ତେ ନିର୍ମାଣ ଶ୍ରମିକମାନେ କିପରି ସହଜ ସୁବିଧା ପାଇ ପାଇପାରିବେ, ମୃତକାଳୀନ ସହାୟତା ରାଶି, ବିବାହିତ ପୁଅ ଏବଂ ଝିଅ ଯଦି ନୋମିନି ଥାନ୍ତି ସେମାନେ ଯେପରି ସମସ୍ତ ସୁବିଧା ପାଇବେ, ଗଜପତି ଶ୍ରମ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ଥିବାରୁ ଶ୍ରମିକମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରୂପାୟନରେ ବିଳମ୍ବ ହେଉଛି. ତେଣୁ ସମସ୍ତ କର୍ମଚାରୀ ପଦବୀ ପୂରଣ କରାଯାଉ. ଏଭଳି ବିଭିନ୍ନ ଦାବି ଓ ସମସ୍ୟା ନେଇ ନିର୍ମାଣ ଶ୍ରମିକମାନେ ଶ୍ରମମନ୍ତ୍ରୀଙ୍କୁ ସଖାତ କରି ନିବେଦନ ପତ୍ର ପ୍ରଦାନ କରିଛନ୍ତି. ଶ୍ରମମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ସାକ୍ଷାତ କରିବା ପାଇଁ ସମସ୍ତ ସହଯୋଗ କରିଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ହାଇଟେକ ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ ଏବଂ ବରିଷ୍ଠ ବିଜେଡି ନେତା ମାରୁତ ପାଳଙ୍କୁ ନିର୍ମାଣ ଶ୍ରମିକ ସମନ୍ନୟ କମିଟି ତରଫରୁ ଧନ୍ୟବାଦ କୃତଜ୍ଞତା ଜଣାଯାଇଛି.


