ମାଣିତରାରେ ବୁଗୁଡା ଆଇଆଇସିଙ୍କ ପେଟ୍ରୋଲିଂ
ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ବୁଧବାର ସନ୍ଧ୍ୟାରେ ମାଣିତରାକୁ ପେଟ୍ରୋଲିଂରେ ଯାଇଥିବା ଜଣାପଡିଛି। ମାଣିତରାକୁ ବୁଗୁଡା ପୋଲିସ ବାରମ୍ବାର ଆସି ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ବାହାରେ ଜନସାଧାରଣ ବୁଲୁଥିବା ଜାଣିବା ପରେ ଆଇଆଇସି ନିଜେ ପେଟ୍ରୋଲିଂ କରିବାକୁ ଆସି ବାହାରେ ବୁଲୁଥିବା ବ୍ୟକ୍ତି ମାନଙ୍କୁ କରୋନା ଭୂତାଣୁର ଭୟଙ୍କର ବିପଦ ବିଷୟରେ ବୁଝାଇବା ସହ ସମସ୍ତେ ଲକ ଡାଉନ ଆଇନକୁ ମାନିବାକୁ ପରାମର୍ଶ ଦେଇଥିଲେ। ବହୁ ସମୟ ମାଣିତରା ଗ୍ରାମରେ ରହି ବିଭିନ୍ନ ସାହି ବୁଲି ଲୋକଙ୍କୁ ସଚେତନତା କରି ଫେରିଥିଲେ।