ମାଣିତରାରେ ଭୋଟର ସଚେତନତା କାର୍ଯ୍ୟକ୍ରମ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ଡିସେମ୍ବର ୭ ତାରିଖ ଦିନ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ବାସୁଦେବ ନାୟକଙ୍କ ତତ୍ତ୍ୱାବଧାନରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଗୁଡା ବ୍ଲକ ସଂଯୋଜକ ତଥା ଜିପିଇଓ ଚିନ୍ମୟ ପ୍ରଧାନ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଭୋଟର ତାଲିକାରେ ନାମ ମୋଦନ ଓ ଭୋଟଦାନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ୨୦୨୩ ମସିହା ଅକ୍ଟୋବର ଏକ ତାରିଖ ଦିନ ଯେଉଁମାନଙ୍କ ବୟସ ୧୮ ବର୍ଷ କିମ୍ବା ତାହାଠାରୁ ଉର୍ଦ୍ଧ୍ବ ହୋଇଥିବ ଅର୍ଥାତ ୦୧/୧୦/୨୦୦୫ ପୂର୍ବରୁ ଯେଉଁମାନେ ଜନ୍ମ ଗ୍ରହଣ କରିଥିବେ ସେମାନେ ଭୋଟର ତାଲିକାରେ ନାମ ଯୋଗ କରିପାରିବେ। ଅନୁମାନ କରାଯାଉଛି ୨୦୨୪ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ବୃନ୍ଦ ନୂତନ ଭୋଟର ତାଲିକା ପ୍ରସ୍ତୁତ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ସ୍ୱାଇଁ,ଓ ସୁରେଶ କାନ୍ତ ଜେନା, ଅଧ୍ୟାପିକା ସୁଚିତ୍ରା ପଣ୍ଡା, ଡେମୋନଷ୍ଟ୍ରେଟର ସଂଯୁକ୍ତା ପାତ୍ର, ଆଇ.ସି.ଡି.ଏସ. ସୁପ୍ରଭାଇଜର କୁସୁମା ପଣ୍ଡା ଓ ଗୀତାଞ୍ଜଳୀ ବଡମୁଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଛତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।