ଗାଙ୍ଗପୁର ଥାନା ଶିଶୁ ଉଦ୍ୟାନ ଏବଂ କଣ୍ଟେଇପଲ୍ଲୀ ବିଟ୍ ହାଉସ୍ ଉଦ୍ଘାଟିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସମଗ୍ର ଭାରତବର୍ଷରେ ଚର୍ଚ୍ଚାର ପରିସରକୁ ଆସିଥିବା ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଜନ ସଂପର୍କ କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି I ଜନ ସାଧାରଣଙ୍କ ମନରୁ ପୋଲିସ୍ ପ୍ରତି ଭୟ ତୁଟାଇବା ସହ ପୋଲିସ୍ କୁ ଲୋକଙ୍କ ବନ୍ଧୁ ଭାବେ ଅଭିହିତ କରିବା ପାଇଁ ଏହି ଥାନା ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ,ରକ୍ତଦାନ ଶିବିର ଭଳି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଆସୁଛି I ଏହି ପ୍ରରିପ୍ରେକ୍ଷୀରେ ଛୋଟ ଶିଶୁଙ୍କ ମନରୁ ପୋଲିସ୍ ପ୍ରତି ଥିବା ଭୟ ଦୂର କରିବା ଉଦ୍ଦେଶ୍ୟରେ ଆଜି ଗାଙ୍ଗପୁର ଥାନା ପରିସରରେ ଏକ ଶିଶୁ ଉଦ୍ୟାନ ଉଦ୍ଘାଟିତ ହୋଇଯାଇଛି I ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉଦ୍‌ଘାଟକ ରୂପେ ଯୋଗ ଦେଇ ଥାନା ପରିସରରେ ଶିଶୁ ଉଦ୍ୟାନକୁ ଉଦ୍ଘାଟନୀ କରିଥିବା ବେଳେ ଗଂଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଶୁ ଉଦ୍ୟାନଟି ଅଞ୍ଚଳର ଶିଶୁଙ୍କ ପାଇଁ ମନୋରଞ୍ଜନ ସହିତ ଶାରୀରୀକ ବ୍ୟାୟାମର ଖୋରାକ୍ ଯୋଗାଇ ପାରିବ ବୋଲି ପ୍ରକାଶ କରିଥିଲେ I ଏହାସହିତ ଥାନା ଭିତରକୁ ଜନ ସାଧାରଣ ନିର୍ଭୟରେ ଆସି ନିଜର ଅଭିଯୋଗ ଦାଖଲ କରିବା ଆବଶ୍ୟକ ବୋଲି କହିଥିଲେ I ଆଜି ଶିଶୁ ଉଦ୍ୟାନ ଉଦ୍ଘାଟନ ହେବାପରେ ବହୁ ଶିଶୁ ଉଦ୍ୟାନ ଭିତରେ ନିର୍ଭୟରେ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା I ଆଜି ମାନ୍ୟବର ବିଧାୟକ ଏବଂ ଆରକ୍ଷୀ ଅଧୀକ୍ଷକ ଗାଙ୍ଗପୁରରେ ପହଞ୍ଚିବା ପରେ ବହୁ ଛାତ୍ରଛାତ୍ରୀ ସେମାନଙ୍କୁ ଥାନା ଭିତରକୁ ପାଛୋଟି ନେଇଥିଲେ I ଏହା ସହିତ ଆଜି କଣ୍ଟେଇପଲ୍ଲୀ ଠାରେ ଥିବା ବିଟ୍ ହାଉସ୍ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧୀରେଶ୍ କୁମାର ଦାଶ୍, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ,ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ୍ ସ୍ଵାଇଁ, ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା,ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ ଦାଶ୍,ବୁଗୁଡ଼ା ଆଡିସନାଲ ଆଇଆଇସି ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ I ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗାଙ୍ଗପୁର ଥାନା ପୋଲିସ୍ କର୍ମଚାରୀମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ