ମାଣିତରାରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ସେବା ସମବାୟ ସମିତି ପକ୍ଷରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ମାର୍ଚ୍ଚ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଣିତରା ସେବା ସମବାୟ ସମିତି ସଭାପତି ବବୁଲ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଡ଼ାଇରେକ୍ଟର ନନ୍ଦିନୀ ଭୂୟାଁ, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ବୁଗୁଡା ଶାଖା ପରିଚାଳକ ଯୋଗେଶ ଚନ୍ଦ୍ର ସାମନ୍ତରାୟ, ଉପ ଶାଖା ପରିଚାଳକ ରଞ୍ଜିତ କୁମାର ବିଶ୍ୱାଳ, ସମିତି ସଭ୍ୟ ଜୟଦେବ ପ୍ରଧାନ ଓ ସମାଜସେବୀ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗଦେଇଥିଲେ। ସନବାୟ ସମିତି ଜରିଆରେ ରାଜ୍ୟ ସରକାର କ୍ଷୁଦ୍ର ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କା ଓ ବଡ ଚାଷୀମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଥିବା ବିଷୟରେ ଚାଷୀମାନଙ୍କୁ ସଭାପତି ଶ୍ରୀ ନାୟକ ଓ ଶାଖା ପରିଚାଳକ ଶ୍ରୀ ସାମନ୍ତରାୟ ଅବଗତ କରାଇଥିଲେ। ଚାଷୀମାନେ ସବସିଡରେ ମାଛ ଚାଷ ଓ କୁକୁଡ଼ା ଚାଷ ଏବଂ ଅନ୍ୟାନ୍ୟ ଋଣ, ସାର, ବିହନ ପ୍ରଭୃତି ସୁଲଭ ମୂଲ୍ୟରେ ସମବାୟ ସମିତିରୁ ନେଇପାରିବ ବୋଲି ଚାଷୀମାନଙ୍କୁ ବୁଝାଇଥିଲେ। ମନୋରଗା କାର୍ଯ୍ୟର ଶ୍ରମ ବାବଦର ଅର୍ଥ ସେବା ସମବାୟ ସମିତି ଜରିଆରେ ପ୍ରଦାନ କରିବାକୁ ଦାବି ହୋଇଥିଲା। ଏହାଦ୍ୱରା ସମବାୟ ଆନ୍ଦୋଳନ ଅଧିକ ସୁଦୃଢ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ