ମାଣିତରାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୮ ୟୁନିଟ ରକ୍ତ ସଂଗ୍ରହ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ମାଁ ସେନାପତି ଯୁବକ ସଂଘ ଓ କରୁଣା ଟ୍ରଷ୍ଟ ର ମିଳିତ ଆନୁକୁଲ୍ୟରେ ମାର୍ଚ୍ଚ ୧୦ ତାରିଖ ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରକୁ ମାଣିତରା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ଦୟାନିଧି ରାଉତ ଉଦଘାଟନ କରିଥିଲେ। ଆୟୁଷ ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ଵାଳ, ସମିତି ସଭ୍ୟ ଜୟଦେବ ପ୍ରଧାନ, ସେବା ସମବାୟ ସମିତି ସଭାପତି ବବୁଲ ନାୟକ, ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ , ମାଁ ସେନାପତି ଯୁବକ ସଂଘର ସଭାପତି ଅଭିଳାଷ ମହାରଣାଙ୍କ ସମେତ ସୁଧୀର କୁମାର ପ୍ରଧାନ, ସୁନୀଲ କୁମାର ଗୌଡ଼, ଦୀପକ ଗୌଡ଼, ଆଲୋକ ସାମଲ, ପ୍ରଦୀପ ଗୌଡ଼, ଯୋଗେନ୍ଦ୍ର ଚୌଧୁରୀ, ଜଗନ୍ନାଥ ବେହେରା, ରବି ନାରାୟଣ ପାଇକ, ସୂର୍ଯ୍ୟ ନାରାୟଣ ଗୌଡ଼, ଜଗନ୍ନାଥ ପ୍ରଧାନ, ଗୌତମ ରାଉତ ଓ ସାଇରାମ ରାଉତ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ଟେକିନିସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟକର୍ମୀ କୃଷ୍ଣପ୍ରିୟା ପଣ୍ଡା, ଗଙ୍ଗା ସାହାଣୀ ଓ ପ୍ରତିମା ସ୍ବାଇଁ, ସ୍ୱାସ୍ଥ୍ୟ ସମ୍ପର୍କ ଚିତ୍ତରଞ୍ଜନ ପ୍ରଧାନ, ରଞ୍ଜନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ ଏବଂ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ବୃନ୍ଦଙ୍କ ଉପସ୍ଥିତିରେ ରକ୍ତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭଞ୍ଜନଗର ରକ୍ତ ଭଣ୍ଡାରରୁ ଆସିଥିବା ସୁରେନ୍ଦ୍ର ମହାପାତ୍ର, ଅନିଲ ମହାର, ବିପିନ କୁମାର ପାଣିଗ୍ରାହୀ, ସିମାଞ୍ଚଳ ସେଠୀ, ନାରାୟଣ ପାଢ଼ୀ ଓ ପ୍ରଭାକର ମହାରଣା ଉପସ୍ଥିତ ରହି ୪୮ ଜଣ ରକ୍ତଦାତା ଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ବୁଗୁଡ଼ା ପଞ୍ଚାୟତସମିତିର ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ବରିଷ୍ଠ ସମାଜସେବୀ ଅନିଲ କୁମାର ମହାରଣା ଶିବିରକୁ ଯାଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ