ମାଣିତରା ଉଚ୍ଚ ବିଦ୍ୟାଳୟରେ ଲୋଗୋ ଉନ୍ମୋଚିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଳକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବିଦ୍ୟାଳୟରେ ଏଲିମେଣ୍ଟାରୀ ବିଭାଗ ଗୁଡିକରେ ସମଗ୍ର ଶିକ୍ଷାର ଲୋଗୋ ଅଙ୍କନ କରି ଉନ୍ମୋଚନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶ କ୍ରମେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଲୋଗୋ ଉନ୍ମୋଚନ କରିଥିଲେ । ଏହି କର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏସଏମସି ସଭାପତି ପାଣ୍ଡବ ପ୍ରଧାନ, ଏଲିମେଣ୍ଟାରୀ ବିଭାଗର ସହକାରୀ ଶିକ୍ଷକ ପ୍ରଫୁଲ କୁମାର ରାଉତ, ଖଦାଳ ରାଉତ, କେଶବ ଡାକୁଆ, ଗୋପାଳ କୃଷ୍ଣ ନାୟକ, ବିରଞ୍ଚି ନାରାୟଣ ମାନସିଂ, ଖଗେଶ୍ୱର ସାହୁ, ଓ ସୁବୀର ବେହେରା ଏବଂ ସହକାରୀ ଶିକ୍ଷୟିତ୍ରୀ ଭାଗ୍ୟଲକ୍ଷ୍ମୀ ସାହୁ, ସୁଦେଷ୍ଣା ପ୍ରଧାନ, ଓ ଅର୍ଚ୍ଚନା ବାରିକ ଯୋଗ ଦେଇଥିଲେ। ଏଥିସହ ଅଭି ଭାବକ ତଥା ଗ୍ରାମବାସୀ ବୃନ୍ଦଙ୍କୁ ସର୍ବଶିକ୍ଷା ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ