ମାଣିତରା ଓ ଖୋଳଖାଳି ଗ୍ରାମରେ ମା’ ଗଜଲକ୍ଷ୍ମୀ ପୂଜା

ବୁଗୁଡା, (ଅନିଲ କୁମାର ମହାରଣା):ଆଜି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚନ୍ଦ୍ରଗ୍ରହଣ ଯୋଗୁଁ ପୂଜାର୍ଚ୍ଚନା ଦିବା ଦୁଇଘଣ୍ଟା ପୂର୍ବରୁ ସମାପ୍ତ ହୋଇଥିବା ଦେଖାଦେଇଛି। ବୁଗୁଡା ବ୍ଳକର ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଧ୍ୟରେ ମାଣିତରା ଓ ଖୋଳଖାଳି ଗ୍ରାମରେ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି। ମାଣିତରାରେ ପୁରୋହିତ ଭାବେ କୁମୁଦ ଚନ୍ଦ୍ର ମିଶ୍ର ଓ କାର୍ତ୍ତଭାବେ ସୁଶାନ୍ତ କୁମାର ପ୍ରଧାନ ପୂଜାର୍ଚ୍ଚନା ସମାପନ କରିଥିବା ବେଳେ ଖୋଳଖାଳିରେ ଜାନକୀ ବଲ୍ଲଭ ରାଉତ କର୍ତ୍ତା ଭାବେ ଓ ପୁରୋହିତ ପୂଜାକାର୍ଯ୍ୟ ସମାପନ କରିଥିଲେ। ଉଭୟ ଗ୍ରାମରେ ପୂଜା ସମୟରେ ବାଜା ବାଜିବା ସହ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ପୂଜା ମଣ୍ଡପକୁ ସୁନ୍ଦର ଭାବେ ସଜାଇବା ସହ ଆଲୋକ ସଜ୍ଜାର ବ୍ୟବସ୍ଥା କରାଯାଇଛି। ମାଣିତରାରେ ପ୍ରତ୍ୟକ ଦିନ ଭଜନ ସମାରୋହ ହେବା ସହ ନଭେମ୍ବର ୧ ତାରିଖ ଦିନ ମା’ଙ୍କ ଭାଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ