ମାଣିତରା ମେଡ଼ିକାଲ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ ମସିହା ପାଇଁ ନେସନାଲ କ୍ଵାଲିଟ ଆସୁରେନ୍ସ ଷ୍ଟାଣ୍ଡାଡ଼ସ୍ (NQAS) ପୁରସ୍କାର ପାଇଥିବା ବେଳେ ରାଜ୍ୟ ସରକାରଙ୍କ ୨୦୨୧-୨୨ ବର୍ଷର କାୟକଳ୍ପ ପୁରସ୍କାର ପାଇ ବୁଗୁଡା ବ୍ଲକ ପାଇଁ ଗୌରବ ଆଣିବା ସହ ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରେ ସୁନାମ ଅର୍ଜନ କରିପାରିଛି। ଯେଉଁମାନଙ୍କ କାର୍ଯ୍ୟ କୁଶଳତା ଯୋଗୁଁ କରୁଣା ଟ୍ରଷ୍ଟ ଦ୍ୱାରା ପରିଚାଳିତ ମାଣିତରା ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏହି ଗୌରବ ଆଣିପାରିଛି ସେମାନଙ୍କୁ ଡିସେମ୍ବର ୧୪ ତାରିଖ ତାରିଖ ଦିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଗଞ୍ଜାମ ଜିଲ୍ଲା ଏ.ଏମ.କ୍ୟୁ.ଏ. ସଞ୍ଜୟ କୁମାର ପରିଡା, ଜନ ଆରୋଗ୍ୟ ସମିତି ଅଧ୍ୟକ୍ଷ ତଥା ବିଡ଼ିଓ ବାସୁଦେବ ନାୟକ, ସହଅଧ୍ୟକ୍ଷ ତଥା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ମାଣିତରା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଡାକ୍ତର ଦୟାନିଧି ରାଉତ ଓ ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଯୋଗଦେଇ ମାଣିତରା ମେଡ଼ିକାଲର ଟେକିନସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଷ୍ଟାପ ନର୍ସ ଗଙ୍ଗା ସାହାଣୀ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା ଓ ଉପସ୍ୱାସ୍ଥ୍ୟ କେନ୍ଦ୍ର ମହିଳା ସ୍ଵାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁଙ୍କ ସମେତ ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଏବଂ ଆଶା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ରୋଗୀ କଲ୍ୟାଣ ସମିତି ସଦସ୍ୟ ବୃନ୍ଦ ଓ ଜନସାଧାରଣ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ