ମାଣିତରା ସରପଞ୍ଚଙ୍କ ସଟଡାଉନ ପଦକ୍ଷେପକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ନିଜ ପଞ୍ଚାୟତରେ ଜିଲ୍ଲାପାଳଙ୍କ କ୍ଷମତା ସଟ ଡାଉନ ଘୋଷଣା କରି ଯେଉଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି, ସେଥିପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ଏକ ସମୟୋଚିତ ଓ ଐତିହାସିକ ପଦକ୍ଷେପ ବୋଲି ପ୍ରଶଂସା କରି ଟୁଇଟ କରିଛନ୍ତି। ବାସ୍ତବିକ ବନ ପାହାଡ ଘେରା ମାଣିତରା ଗ୍ରାମ ପଞ୍ଚାୟତର ୭୫ ବର୍ଷ ବୟସ୍କା ମହିଳା ସରପଞ୍ଚ ଶାନ୍ତିଲତା ନାୟକ ନିଜ ପଞ୍ଚାୟତରେ କରୋନା ମୁକାବିଲା କରିବା ପାଇଁ ରାଜ୍ୟର ପ୍ରଥମ ସରପଞ୍ଚ ଭାବେ ସଟ ଡାଉନ ଘୋଷଣା ଓ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ ଏକ ଯୁଗାନ୍ତକାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ। ମୁଖ୍ୟମନ୍ତ୍ରୀଙ୍କ ଟୁଇଟ ବିଷୟ ଜଣା ପଡିବା ପରେ ପଞ୍ଚାୟତର ବୁଦ୍ଧିଜୀବୀ ଙ୍କ ସମେତ ବୁଗୁଡା ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଅନିଲ କୁମାର ମହାରଣା, ଇଣ୍ଡିଆ ସ୍ବେଚ୍ଛାସେବୀ ସଂଗଠନର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରା ସରପଞ୍ଚଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ