ମାଣ୍ଡିଆ ମଣ୍ଡି ଉଦଘାଟନ କଲେ ବିଧାୟକ

ପୋଲସରା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ହାତୀଓଟ ଗ୍ରାମରେ ଓଡ଼ିଶା ମିଲେଟ୍ସ ମିଶନ ଦ୍ୱାରା ଖୋଲାଯାଇଥିବା ମାଣ୍ଡିଆ ମଣ୍ଡିକୁ ଡିସେମ୍ବର ୨୮ ତାରିଖ ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲାରେ ବହୁଳ ଭାବେ ମାଣ୍ଡିଆ ଚାଷ ହେଉଥିବା ବେଳେ ସରକାରୀ ଦରରେ ଉଚିତ ମୂଲ୍ୟରେ ଚାଷୀ ମାଣ୍ଡିଆ ବିକ୍ରୀ କରିବା ପାଇଁ ହାତୀଓଟ ସମେତ ପାଣ୍ଡିରିପଡ଼ା, ଗୋଛାବାଡ଼ି ଓ ବାଲିଛାଇରେ ମଧ୍ୟ ମଣ୍ଡି ଖୋଲାଯିବାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ କୃଷି ଅଧିକାରୀ ଅର୍ଜୁନ ଚରଣ ସାହୁ ଯୋଗଦେଇ ମାଣ୍ଡିଆ ଏକ ପୃଷ୍ଟିକର ଓ ଉପକାରୀ ଖାଦ୍ୟ ଫସଲ ହୋଇ ଥିବା ବେଳେ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାର ମାଣ୍ଡିଆ ଚାଷ ପ୍ରତି ଗୁରୁତ୍ୱ ଦେଉଛନ୍ତି। ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ କେବଳ ପୋଲସରା ବ୍ଲକରୁ ଏକ ହଜାର କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇପାରିବ ବୋଲି ଆଶା ରଖା ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ ଉନ୍ନୟନ ନିଗମର ଶାଖା ପରିଚାଳକ ସୁରେଶ ଚନ୍ଦ୍ର ମଲ୍ଲିକ, ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ” ର ନିର୍ଦ୍ଦେଶକ ଡ଼ଃ କୁମୁଦ ଚନ୍ଦ୍ର ବେହେରା ଓ ବହୁ ଚାଷୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ