ମାତିଲେ ଲୁଟେରା : ୪ ଦୋକାନରେ ବୁଲାଇଲେ କଳାକନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳରେ ଲୁଟେରାଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି । ଶୁକ୍ରବାର ବିଳମ୍ବିତି ରାତିରେ ଗଞ୍ଜାମ ଜିଲ୍ଲା ହଞ୍ଜିିଳି ସମରଝୋଳ ଛକ ପୋଲିସ ବିଟ୍ ହାଉସ ଠାରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥାପିତ ୪ଟି ଦୋକାନରୁ ବଡ଼ ଧରଣର ଲୁଟ୍ ହୋଇଥିବା ଜଣାପଡ଼ିଛି । ଲୁଟେରା ମାନେ ସମରଝୋଳ ଛକ ନିକଟରେ ଥିବା ୪ଟି ଦୋକାନରୁ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ବହୁ ସାମଗ୍ରୀ ଲୁଟି ନେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ତଦନ୍ତ ଆରମ୍ଭ କରିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଶୁକ୍ରବାର ରାତିରେ ହଞ୍ଜିିଳି ଥାନା ସମରଝୋଳ ଛକରେ ଥିବା ଦୋକନୀ ମାଲିକ ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଘରକୁ ଫେରିଥିଲେ । ବିଳମ୍ବିତ ରାତିରେ ଲୁଟେରା ମାନେ ସମରଝୋଳ ଛକରେ ଥିବା ମା ଗାୟତ୍ରୀ ବସ୍ତ୍ରାଳୟ, ଜାନକି ଜେନେରାଲ ଷ୍ଟୋର, ଅମ୍ବିକା ଭେରାଇଟି ଷ୍ଟୋର ଓ କ୍ରୀଷ୍ଣା ରେଡ଼ିମେଡ଼ି ଷ୍ଟୋରର ଦରଜା ତାଲା ଭାଙ୍ଗି ୪ ଦୋକାନରୁ ପ୍ରାୟ ଲକ୍ଷାଧିକ ଟଙ୍କା ସମେତ ଦାମିକା ଲୁଗା, ଜାମା, ସାର୍ଟ, ଜିନ୍ସ ପ୍ୟାଣ୍ଟ, ସାବୁନ, ହରିଲକ୍ସ, ଗୁଳ୍କୋଜ, ସେରେଲାକ ସମେତ ବହୁ ସାମଗ୍ରୀ ଲୁଟ୍ କରି ପୁଲିସ ଆଖିରେ ଧୂଳି ଛାଟି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । କେବଳ ଗାୟତ୍ରୀ ବସ୍ତ୍ରାଳୟରୁ ଦାମିକା ଲୁଗା ପଟା ସମେତ ନଗଦ ୭୨ ହଜାର ଟଙ୍କା ଚୋରୀ ହୋଇଥିବା ଦୋକାନୀ ମାଲିକ ସଞ୍ଜୟ କୁମାର ସାହୁ କହିଛନ୍ତି । ସମରଝୋଳ ଛକରେ ରାତ୍ର ଡ଼୍ୟୁଟି କରୁଥିବା ଜୈନିକ ହୋମଗାର୍ଡ଼ ଲୁଟେରାଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଲୁଟେରା ମାନେ ପୁଲିସ ଆଖିରେ ଧୂଳି ଛାଟି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଖବର ପାଇ ରାତ୍ରକାଳୀନ ପେଟ୍ରୋଲିଂ କରୁଥିବା ପୋଲିସ ବାହୀନି ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ତଦନ୍ତ ଆରମ୍ଭ କରିଥିଲେ । ଶନିବାର ସକାଳେ ହିଞ୍ଜିଳି ପୁଲିସ ସମରଝୋଳ ଛକରେ ପହଞ୍ଚି ଲାଗିଥିବା ସିସିଟିଭ ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଜାରି ରଖିଛି । ଲୁଟେରାଙ୍କୁ ଯଥାଶ୍ରୀଘ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ୧୯ ତାରିଖ ସନ୍ଧ୍ୟାରେ ହିଞ୍ଜିଳି ଗ୍ରାମର ଦୁର୍ଗାପ୍ରସାଦ ପଣ୍ଡା ନିଜ ହୋଣ୍ଡା ୟୁନିକନ ମୋଟର ସାଇକେଲ (ଓଡି୦୭ଆର ୩୩୩୧)କୁ ହିଞ୍ଜିଳିକାଟୁ ପୌରାଞ୍ଚଳ ତରତାରିଣୀ ରୋଡ ନିକଟସ୍ଥ ଜଣେ ବନ୍ଧୁଙ୍କ ଘର ସମ୍ମୁଖରେ ଗାଡ଼ି ରଖି ଘରକୁ ଯାଇ କିଛି ସମୟ ପରେ ଫେରିବା ବେଳକୁ କୈାଣସି ଦୁବୃର୍ତ୍ତ ମୋଟର ସାଇକେଲକୁ ନେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା । ଦୁର୍ଗାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ୩୮/୨୨ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ବର୍ତମାନ ସୁଦ୍ଧା ମୋଟର ସାଇକେଲ ଉଦ୍ଧାର ହୋଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ