ମାତୃ ପିତୃ ପୂଜନ ଦିବସ ପାଳନ

ଜୟପୁର,(ହେମନ୍ତ ପାଣଗ୍ରାହୀ) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ମାତୃ ପିତୃ ପୂଜନ ଦିବସ ମହା ଆଡମ୍ବରର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ମାନଙ୍କ ସହିତ ଅଭିଭାବିକମାନେ ଉପସ୍ଥିତ ରହିଥିଲେ । ଶିଶୁମାନେ ଧୂପ, ଦୀପ, ଚନ୍ଦନ, ପୁଷ୍ପ ଦେଇ ନିଜ, ନିଜର ପିତା,ମାତାଙ୍କୁ ପୂଜା କରିବା ସହିତ ସେମାନଙ୍କ ପାଦସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୮୦ ଜଣ ପିତା,ମାତା ଏବଂ ସେମାନଙ୍କ ଶିଶୁ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସତ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଶ୍ମିପ୍ରସାଦ ଡକ୍ଟର ନୀଳକଣ୍ଠ ପାଢୀ, ଅଧ୍ୟକ୍ଷ, ରଶ୍ମିରଞ୍ଜନ ସିଦ୍ଧାଶ୍ରମ, ତାରା ଗାଁ, ନବରଂଗପୁର ଉପସ୍ଥିତ ରହି ଶିଶୁଙ୍କୁ ପିତା,ମାତାଙ୍କ ପୂଜନ ଦିବସର ମହତ୍ତ୍ୱ ଏବଂ ଜୀବନରେ ଆଗକୁ ବଢିବା ପାଇଁ ପିତାମାତାଙ୍କ ଆଶୀର୍ବାଦ ଅବଶ୍ୟମ୍ଭାବୀ ବୋଲି ନିଜର ବୌଦ୍ଧିକ ମାଧ୍ୟମରେ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟରେ ହୋମର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପଣ୍ଡା ଏବଂ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବେ ହୋମ କାର୍ଯ୍ୟ ସଂପାଦନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା ଏବଂ ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ତପନ କିରଣ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀ ରାମ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକର୍ମ ଟି କୁ ପରିଚାଳନା କରିବା ସହ ସମସ୍ତ ଅଭିଭାବକ, ଶିଶୁ ଭାଇ ଭଉଣୀ ତଥା ଗୁରୁଜୀ, ଗୁରୁମା ମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଅନ୍ୟାନ୍ୟ ସେବାବ୍ରତୀ ସୂଚାରୁ ରୂପେ ସଂପାଦନ କରିବା ପାଇଁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ