ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୯ ତମ ସ୍ମୃତି ଦିବସ !

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୯ ତମ ସ୍ମୃତି ଦିବସ ମହାସମାରୋହରେ ସୋମବାର ପାଳିତ ହୋଇଯାଇଛି ।ଏହି ଅବସରରେ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୫୯ ତମ ସ୍ମୃତି ଦିବସରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଈଶ୍ୱରୀୟ ସନ୍ଦେଶ ପ୍ରାପ୍ତ ହୋଇଥିଲେ । ସମ୍ମାନୀୟ ଅତିଥି ଭାବେ ସି.ଏଚ. ଦୟାନନ୍ଦ ରେଡ୍ଡୀ ମଧ୍ୟ ଯୋଗଦେଇ ଈଶ୍ୱରୀୟ ସନ୍ଦେଶ ଶୁଣାଇଥିଲେ । ଶାଖା ସଞ୍ଚାଳିକ ବ୍ରହ୍ମା କୁମାରୀ ବିଜୟ ଲକ୍ଷ୍ମୀ ଏହି ଦୁଇ ଅତିଥି ଙ୍କୁ ପ୍ରଭୂ ଉପହାର ପ୍ରଦାନ କରି ସମ୍ମାନୀତ କରିଥିଲେ । ଛତ୍ରପୁର ପ୍ରେସ କ୍ଳବ ର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା, କୋଷାଧ୍ୟକ୍ଷ କେ.ସତ୍ୟନାରାୟଣ ରେଡ୍ଡୀ ଯୋଗଦେଇ ଈଶ୍ୱରୀୟ ସନ୍ଦେଶ ଜ୍ଞାନ ଆହୋରଣ କରିଥିଲେ । ବି.କେ. ବାଲା କ୍ରିଷ୍ଣା ଭାଇ ସଭା ପରିଚାଳନା କରିଥିଲେ ।ମାତେଶ୍ୱରୀ ଙ୍କ ବାଲ୍ୟ ନାମ ଥିଲା,ରାଧା, ତାଙ୍କ ପିତା ଙ୍କ ନାମ ଥିଲା ପୋକର ଦାସ, ମାତା ରୋଚା ଦେବୀ, ସେ ୧୯୧୯ ମସିହାରେ ଅମୃତସର ସହରରେ ଏକ ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମାତେଶ୍ୱରୀ ତତ୍କାଳୀନ ସିନ୍ଧୁ ପ୍ରଦେଶର ହାଇଦରାବାଦ ସହରରେ ମାତ୍ର ଦଶମ ଶ୍ରେଣୀରେ ଶିକ୍ଷାଗତ ଯୋଗ୍ୟତା ହାସଲ କରି ନିଜର କର୍ମମୟ ଜୀବନ କୁ ତ୍ୟାଗ କରିବା ପରେ ମାତ୍ର ୧୭ ବର୍ଷ ବୟସରେ ୧୯୩୮ ମସିହାରେ ସେ ବ୍ରହ୍ମା ବାବାଙ୍କ ସହ ସାକ୍ଷାତ ହୋଇ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଦୀର୍ଘ ବର୍ଷର ବ୍ୟବଧାନରେ ସନ୍ୟାସୀ ଜୀବନ ବିତାଇ ସମାଜକୁ ଅନେକ ଦିଗ ଦର୍ଶନ ଦେଇଆସିଥିଲେ । ଆଶ୍ରମରେ ରହୁଥିବା କନ୍ୟା ମାନଙ୍କର ଯତ୍ନ ସେ ଦାୟିତ୍ଵ ସହକାରେ ଜଣେ ପୋଖତ ମା’ ଭଳି ନେଉଥିବାରୁ ତାଙ୍କୁ ବାବାଙ୍କ ସମେତ ସମସ୍ତେ ମାମ୍ମା ବୋଲି ଡାକୁଥିଲେ । ତେଣୁ ସେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କ୍ରମେ ସେ ମାମ୍ମା ବୋଲି ନାମିତ ହୋଇଥିଲେ । କେବଳ ଭାରତ କାହିଁକି ସମଗ୍ର ବିଶ୍ଵ କୁ ଏକ ନୂତନ ଦିଗନ୍ତ ଶାନ୍ତି ର ବାର୍ତ୍ତା ବହନ କରିବା ପରେ ୧୯୨୦ରେ ସେ ଦେହ ତ୍ୟାଗ କରିଥିଲେ । ଏହି ଉପରେ ମାତେଶ୍ୱରୀ ଙ୍କ ଧ୍ୟାନ ଦେଇ ଓ ଆଲୋଚନ ହୋଇ ସ୍ମୃତିଚାରଣ କରାଯାଇଥିଲା ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ