ମାଧବାନନ୍ଦଙ୍କ ପୀଠ ଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିକଟସ୍ଥ ନୟାହାଟ ର ନରସିଂହପୁରଗ୍ରାମ ରେ ପୂଜା ପାଇ ଆସୁଥିବା ପ୍ରଭୂ ଶ୍ରୀ ମାଧବାନନ୍ଦ ଙ୍କ ପୀଠ ଠାରେ ସମୂହ ଗ୍ରାମବାସୀ ଙ୍କ ପକ୍ଷରୁ ୮ ମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଜାଗର ଯାତ୍ରା ଦିନ ଯଜ୍ଞ ର ଅଙ୍କୁରାରୋପଣ କାର୍ଯ୍ୟ କରାଯାଇ ଥିବା ବେଳେ ଗୁରୁବାର ଦିନ ଜଳାଧିବାସ କରା ଯାଇଥିଲା। ଆଜି ଆନୁଷ୍ଠାନିକ ଭାବେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ କର୍ତ୍ତା ଭାବେ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ନିରୁପମା ପାଢ଼ୀ ଓ ସମ୍ପଦ ମହାନ୍ତି,ରୂପାଲୀ ମହାନ୍ତି ପୂଜା କାର୍ଯ୍ୟ କରୁଛନ୍ତି। ମାର୍ଚ୍ଚ ୨ ତାରିଖ ଦିନ ଯଜ୍ଞ ର ପୂର୍ଣ୍ଣାହୁତି ପ୍ରଦାନ କରାଯିବ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ