ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ଜୟପୁର, (ଯୁଗାବ୍ଦ ନ୍ୟୁଜ):ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା ରାଜ୍ୟ ସଭାପତି ଶଶୀ ଭୂଷଣ ଦାସଙ୍କ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଓ ଜିଲ୍ଲା ସମ୍ମିଳନୀ କୋଲାବ୍ ନଗର ସ୍ଥିତ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ ଓଡ଼ିଶା ସୁନାକର ରାଉତ ଓ କାଳି ପ୍ରସାଦ ମିଶ୍ର ରାଜ୍ୟ ଉପସଭାପତି ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ Iତତ୍ ସହିତ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢ଼ୀ, ଶ୍ରୀ ଜଗେନ୍ଦ୍ର ଚୌଧୁରୀ ବିଭାଗୀୟ ଅଧିକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଲମତାପୁଟ ଓ କୁନ୍ଦୁରା, ଶ୍ରୀ ପ୍ରମୋଦ କୁମାର ଭୂୟାଁ ବରିଷ୍ଠ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ବୈପାରିଗୁଡା ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ Iଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରି ମାନେ ନିର୍ଯାତିତ ନିଷ୍ପେସିତ ଓ ଅବହେଳିତ ହେବା ସହିତ କର୍ମଚାରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଉପସ୍ଥିତ କର୍ମଚାରୀ ମାନେ ମତପ୍ରକାଶ କରିଥିଲେ Iଶ୍ରୀ ଦାଶ୍ ରାଜ୍ୟ ସଭାପତି ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଙ୍କୁ ବାରମ୍ବାର ଅବଗତ କରାଯାଇଥିବା ସହିତ ପୁଣି ଥରେ କର୍ମଚାରୀ ଙ୍କ ସମସ୍ୟା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ବୈଠକରେ ମତ ଦେଇଥିଲେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ କର୍ମଚାରୀ ମାନଙ୍କର ସମସ୍ୟା ର ସମାଧାନ କରିବା ସହିତ ସଂଘ ଦେଇ ଥିବା ପତ୍ର ଉପରେ ଗୁରୁତ୍ବ ଦେଇ ଅତିଶିଘ୍ର ସେ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଶ୍ରୀ ଦାଶ୍ ଅନୁରୋଧ କରିଥିଲେ Iଜିଲ୍ଲା ସମ୍ମିଳନୀ ର ସମସ୍ତ ପ୍ରକ୍ରିୟା ଚୁଡାନ୍ତ ହୋଇ ଯାଇଥିଲେ ମଧ୍ୟ ଚୟନ ପ୍ରକିୟା ସମାପନ ହୋଇ ପାରି ନଥିବା ଯୋଗୁଁ ପ୍ରାର୍ଥୀ ଚୟନର ଫୋଳାଫୋଳ ଘୋଷଣା ହୋଇ ପାରିନଥିବା ଓ ଏହା ଆଗାମୀ ବୈଠକ ରେ ଚୁଡାନ୍ତ ହେବା ନେଇ ଶ୍ରୀ ଦାଶ୍ ସୁଚନା ଦେଇଥିଲେ Iଏଥିରେ ମୁଖ୍ୟତଃ ପଦ୍ମ ଚରଣ ସାହୁ, ରାଜିବ କୁମାର ପ୍ରଧାନ, ପଦ୍ମେଶ୍ବର ବିଷୟୀ, ଶ୍ରୀ ପ୍ରସାନ୍ତ କୁମାର ଭଟ୍ଟ, ସୁଜାତା ମହାପାତ୍ର, ବାଳ ଗୋପାଳ ମିଶ୍ର, ଲଙ୍କେଶ୍ଵର ରାଓ ପାନାଡା, ଶ୍ରୀ ପ୍ରତିକ୍ ମିଶ୍ର, ଶ୍ରୀ ସାନ୍ତୁନୁ କୁମାର ଜେନା, ଶ୍ରୀ ବିପିନ ବିହାରୀ ମିଶ୍ର, ବିପିନ ବିହାରୀ ଦାଶ୍, ଶ୍ରୀ ତ୍ରିନାଥ ପଣ୍ଡା, ଶ୍ରୀ ସ୍ବାଧୀନ ପଟ୍ଟନାୟକ, ଶ୍ରୀ ଆର୍ତ୍ତତ୍ରାଣ ରାଉତ, ଶ୍ରୀ ବିକ୍ରମ କୁମାର ମହାପାତ୍ର, ଶ୍ରୀ ପିତାମ୍ବର ହନ୍ତାଳ, ଶ୍ରୀ ସନ୍ଦୀପ ପଟ୍ଟନାୟକ, ମନୋଜ ମହାରଣା, ଶ୍ରୀ ଅବନି ତ୍ରିପାଠୀ, ବର୍ଷା ରାଣି ପଲେଇ, ଲିମା ରାଣି ପୁଜାରି ମିନାକ୍ଷୀ ମଞ୍ଜରୀ ଦେବୀ ଙ୍କ ସମେତ ବହୁ ସଦସ୍ୟ ଓ ସଦସ୍ୟା ଯୋଗଦାନ କରିଥିଲେ Iବୈଠକରେ ନୂତନ ଭାବେ ଚାକିରି ରେ ଯୋଗଦାନ କରିଥିବା କନିଷ୍ଠ ସହାୟକ/ ସହାୟିକା ଓ ପଦନ୍ନତି ପାଇ କନିଷ୍ଠ ସହାୟକ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା Iପରିଶେଷରେ ରାଜ୍ୟ ସଭାପତି ଦାଶ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ