ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା ଆମ ଅଧିକାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ୧୭ତାରିଖ ଦିନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗାଢକଣ ଗ୍ରାମ ଗସ୍ତ କରିଥିଲେ । ସେହିଦିନ ପୋଲିସ୍ ପକ୍ଷରୁ ଗ୍ରାମର ବହୁ ମହିଳାଙ୍କୁ ଘର ଆଗରେ ତାଲା ପକାଇ ଓ କବାଟ ବନ୍ଦ ରଖି ଅଟକ ରଖାଯାଇଥିଲା । ସେହିପରି ଘରେ କାଠଚୁଲି କିମ୍ବା ଗ୍ୟାସ୍ ଚୁଲା ମଧ୍ୟ ନ ଜଳାଇବାକୁ ପୋଲିସ୍ କଡ଼ା ଚେତାବନୀ ଦେବାରୁ ଛୋଟ ଛୋଟ ଛୁଆମାନେ ଘଣ୍ଟା ଘଣ୍ଟା ଧରି ଭୋକ ଉପାସରେ ପଡ଼ି ରହିଲେ । ଏହା ମାନବାଧିକାରର ଉଲଗ୍ନ ଉଲଙ୍ଘନ ହୋଇଥିବାରୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ, ଭୁବନେଶ୍ୱର ପୋଲିସ୍ କମିଶନର, ଡିିସିପି ଭୁବନେଶ୍ୱର, ମଞ୍ଚେଶ୍ୱର ଥାନା ଅଧିକାରୀ ଏବଂ ସର୍ବୋପରି ରାଜ୍ୟ ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରି ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରଭାବିତ ପରିବାରବର୍ଗଙ୍କୁ କ୍ଷତିପୂରଣ ଦିଆଯିବାକୁ ଦାବିରେ ଶୁକ୍ରବାର ଆମ ଅଧିକାର ପକ୍ଷରୁ ମହାସଚିବ ଗଣେଶ ଦାଶ ଏବଂ ରାଜ୍ୟ ଆବାହକ ଅମିୟ ପାଣ୍ଡବ ରାଜ୍ୟ ମାନବାଧିକାର କମିଶନଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ