ମାନବିକତା ଦେଖାଇଲେ ଦମ୍ପତି ଟ୍ରେନରେ ଚଢୁଥିବା ସମୟରେ ଖସିପଡିଲେ ଦହିବିକାଳୀ
ଗଞ୍ଜାମ, (ବିନୋଦ ପଲାଇ):ଟ୍ରେନଛାଡୁଥିବା ସମୟରେ ଏକ ଦହିବିକାଳୀ ଚଢୁଥିବା ସମୟରେ ଖସିପଡିବା ,ସେହିବଗିରେ ସେତେବେଳେ ଚଢିଥିବା ସ୍ବାମି ଓ ସ୍ତ୍ରୀ ସାହାସିକତା ଦେଖାଇ ଉଦ୍ଧାର କରିବା ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ଦେଖା ଯାଇଛି। ଏହି ଘଟଣାଟା ଘଟିଛି ଗଞ୍ଜାମ ଷ୍ଟେସନରେ ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।ଗଞ୍ଜାମ ସହରର ଗ୍ରାସୀମ ଇଣ୍ଡୋଷ୍ଟିଜରେ କାର୍ଯ୍ୟରତ ତଥା ସ୍ୱେଚ୍ଛାସେବୀ ପ୍ରଭାତ ରଞ୍ଜନ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ଗାୟତ୍ରୀ ବିଶାଖାପାଟଣା ଯିବା ପାଇଁ ଇଣ୍ଟରସିଟି ଏକ୍ସପ୍ରେସ ( ୨୨୮୧୯)ରେ ଗଞ୍ଜାମ ଷ୍ଟେସନରେ ଚଢିଥିଲେ । ଏହି ସମୟରେ ଜଣେ ଦହିବିକ୍ରି କରୁଥିବା ମହିଳା ଚଢୁଥିବା ସମୟରେ ଗାଡି ଛାଡିଦେଇଥିଲା। ଫଳରେ ମହିଳା ଜଣଙ୍କ ଚଢିନପାରି ଗୋଟିଏ ହାତରେ ଟ୍ରେନ ଚଢୁଥିବା ସିଡିକୁ ଧରି ଘୋଷାଡି ହୋଇ ପାଟିକରିଥିଲେ। ସେହି ବଗିରେ ବହୁତ ପାଶେଞ୍ଜେର ଥିଲେ ମଧ୍ୟ ବଞ୍ଚାଇବାକୁ ନ ଆସି ଦେଖାଣିହାରି ସାଜିଥିଲେ। ଏହି ସମୟରେ ପ୍ରଭାତ ଉକ୍ତ ମହିଳାଙ୍କ ଦୁଇ ହାତକୁ ଧରି ଟାଣୁଥିବା ବେଳେ ତାଙ୍କ ସ୍ତ୍ରୀ ଟ୍ରେନର ଚେନ ପୁଲିଙ୍ଗ କରିଥିଲେ। ଟ୍ରେନଟି ପ୍ଲାଟଫର୍ମ ଶେଷଆଡ଼କୁ ରହିବା ପୂର୍ବରୁ ମହିଳାଙ୍କୁ ରେର୍କ୍ୟୁ କରିଦେଇଥିଲେ ସ୍ୱାମୀ, ସ୍ତ୍ରୀ। ପ୍ରଭାତଙ୍କ ସାହାସିକତା ଓ ସ୍ତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ଦହିବିକ୍ରି କରି ପରିବାର ପୋଷଣ କରୁଥିବା ମହିଳାଙ୍କ ଜୀବନ ବଞ୍ଚିଯାଇଥିବା ଦେଖାଯାଉଛି। ଅନ୍ୟପଟେ ଦେଖାଣାହାରି ସାଜିଥିବା ଓ ମାନବିକତା ହରାଇଦେଉଥିବା ସମାଜ ପାଇଁ ଉଦାହରଣ ସାଜିଛନ୍ତି ଦମ୍ପତ୍ତି ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଆ ଛୁଟିଛି।


