ମାନସିକ ନିର୍ଯ୍ୟାତନା ଘଟଣାରେ ପୋଲିସର ନିଷ୍କ୍ରିୟତା ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ମହିଳାଙ୍କୁ ତାଙ୍କ ଶାଶୁ ଘର ପକ୍ଷରୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ସମ୍ପର୍କରେ ନିକିରାଇ ଥାନାରେ ଅଭିଯୋଗ ପରେବି ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ଚକ ରଘୁନାଥପୁର ଗ୍ରାମର ସୈାରରଞ୍ଜନ ସାହୁଙ୍କ ପତ୍ନୀ ସରୋଜିନି ସାହୁ ଅଭିଯୋଗ କରିଛନ୍ତି ଯେ ୧୨ବର୍ଷ ତଳେ ହିନ୍ଦୁ ରୀତିନୀତି ଅନୁଯାଇ ଚକରଘୁନାଥପୁର ଗ୍ରାମର ବାବାଜି ଚରଣ ସାହୁଙ୍କ ପୁଅ ସୈାରରଞ୍ଜନ ସାହୁଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ଭଲରେ କଟିବା ପରେ ତାଙ୍କ ସ୍ୱାମୀ, ଶଶୁର, ଶାଶୁ, ଦିଅର, ଯା ପ୍ରଭୃତି ଅଧିକ ୨ଲକ୍ଷ ଟଙ୍କା ଯୈାତୁକ ଦାବିକରି ମାଡ ମାରିବା ସହ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ଆରମ୍ଭ କରିଦେଲେ । ଏଥିସହିତ ତାଙ୍କୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ମଧ୍ୟ ଦେବାକୁ ଲାଗିଲେ । ଏହି ସମୟ ମଧ୍ୟରେ ତାଙ୍କର ୨ଟି ଝିଅ ଜନ୍ମ ହୋଇଥିଲେ । ପ୍ରଥମେ ୩ଯାଆ ମିଳିମିଶି ରହୁଥିବା ବେଳେ ପରେ ବାରମ୍ବାର କଳିତକରାଳ ହେବାରୁ ସରୋଜିନି ଏବଂ ତାଙ୍କ ସାନ ଯାଆ ମିଳିମିଶି ଚଳିଲେ । ଏହାପରେ ତାଙ୍କ ସ୍ୱାମୀ, ଶଶୁର, ଶାଶୁ ଓ ମଝିଆ ଯାଆ ମିଶି ତାଙ୍କୁ ଏବଂ ତାଙ୍କ ସାନ ଯାଆଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ କୈାଶଳ କ୍ରମେ ଉଭୟ ଦୁଇ ଯାଆ ସେଥିରୁ ଖସିଯାଇଥିଲେ । ପରେ ସେମାନଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବାରେ ଉଭୟ ଦୁଇଜଣ ଯାକ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ଏସମ୍ପର୍କରେ ସରୋଜିନି ଗତ ଅଗଷ୍ଟମାସ ୧୮ତାରିଖରେ ନିକିରାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ନିକିରାଇ ଥାନା ପୋଲିସ କୈାଣସି ପଦକ୍ଷେପ ଗ୍ରହଣ ନକରିବାରୁ ସରୋଜିନି ଜିଲ୍ଲାପାଳଙ୍କ ନିକଟରେ ଏସମ୍ପର୍କରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ