ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଘାଟିତ ହେଲା ରଥଯାତ୍ରା ଜାତୀୟ ସେବା ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥା ଆନୁକୂଲ୍ୟରେ ରଥଯାତ୍ରା ଜାତୀୟ ସେବା ଶିବିର ତା୦୫ା୦୭ା୨୦୨୪ ରିଖ ଠାରୁ ତା୦୯.୦୭.୨୦୨୪ ରିଖ ପର୍ଯ୍ୟନ୍ତ ପୁରୀ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହେଉଅଛି । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ସ୍କାଉଟ, ଗାଇଡ୍ ଉକ୍ତ ସେବା ଶିବିରରେ ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇଛନ୍ତି । ତା୦୬.୦୭.୨୦୨୪ରିଖ ପୁରୀର ସେଣ୍ଟ୍ରାଲ୍ ସାଂସ୍କ୍ରିଟ୍ ୟୁନିଭରସିଟି ଜୟଦେବ ଅଡିଟୋରିୟମ୍ରେ୧୨.୩୦ ମିନିଟ୍ ସମୟରେ ମୁଖ୍ୟ ଅତିଥି ଓଡିଶାର ମାନ୍ୟବର ରାଜ୍ୟପାଳ ଏବଂ ମୁଖ୍ୟ ପୃଷ୍ଠପୋଷକ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀଯୁକ୍ତ ରଘୁବର ଦାସ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥିଭାବେ ନିର୍ଦ୍ଦେଶକ ସେଣ୍ଟ୍ରାଲ୍ ସାଂସ୍କ୍ରିଟ୍ ୟୁନିଭରସିଟି ପ୍ରଫେସର ବନମାଳି ବିଶ୍ୱାଳ ଯୋଗଦାନ କରି ରୋଭର ଓ ରେଞ୍ଜରମାନଙ୍କୁ ପବିତ୍ର ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାପାଇଁ ପରାମର୍ଶ ଦେଇଥିଲେ । ଶ୍ରୀଗୁଣ୍ଡିଚା ଦିନ ରୋଭର ଓ ରେଞ୍ଜରମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ସହରର ବିଭିନ୍ନ ଜାଗାରେ ଯାନବାହାନ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବଣ୍ଟନ, ସେମାନଙ୍କ ଉପରେ ଜଳସିଞ୍ଚନ, ପ୍ରାଥମିକ ଚିକିତ୍ସା ପ୍ରଦାନ, ସ୍ୱଚ୍ଛ ଭାରତ ଅଭିଯାନ ଆଦି ବିଭିନ୍ନ ସେବା ଯୋଗାଇ ଦେଇଥିଲେ ।ଏହି ଶିବିରଟିକୁ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପୁରୀ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀ ସହଯୋଗ କରିଥିଲେ । ଏହିସେବା କାର୍ଯ୍ୟ ନବଯୌବନ ଦର୍ଶନଠାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ଜାରି ରହିବବୋଲି କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି । କାର୍ଯ୍ୟବ୍ୟସ୍ତତା ଯୋଗୁ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଏସଟି ଓ ଏସସି ବିକାଶ, ସଂଖ୍ୟାଲକ୍ଷୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇପାରିନଥିଲେ ମଧ୍ୟ ସମସ୍ତ ରୋଭର, ରେଞ୍ଜର, ସ୍କାଉଟ ଏବଂ ଗାଇଡ୍ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇ ଉତ୍ସାହିତ କରିଥିଲେ ।