ମା’ବଉଳାଶୁଣୀଙ୍କ ଚକ୍ଷୁ ଓ ମଥାର ଟିକିଲି ତାଡି ନେଲେ ଦୁବୃର୍ତ୍ତ

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ଥାନା ଅଧିନ ନିଳୋକସ୍ଥିତ ମା’ ବଉଳାଶୁଣୀ ପୀଠରୁ ମା’ଙ୍କ ଚକ୍ଷୁ, ପାଟି ଓ ମଥାର ଟିକିଲିକୁ ଦୁବୃର୍ତ୍ତ ମାନେ ତାଡି ଚୋରି କରିନେଇଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ-ବାରିକପୁର ରାସ୍ତାର ନିଳୋକ ଠାରେ ମା’ଙ୍କ ପୀଠ ସ୍ଥଳୀ ଅବସ୍ଥିତ । ପ୍ରତିବର୍ଷ ମକର ସମୟରେ ମା’ଙ୍କ ପୀଠରେ ମକର ମେଳା ଅନୁଷ୍ଠିତ ହୋଇଥାଏ । ସେତେବେଳେ ମା’ଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଏପରିପେକ୍ଷୀରେ ରବିବାର ବିଳମ୍ବିତ ରାତ୍ରରେ କେହି ଦୁବୃର୍ତ୍ତ ମା’ଙ୍କ ରୂପାର ନିର୍ମିତ ଚକ୍ଷୁ, ପାଟି ଓ ମଥାର ଟିକିଲିକୁ ତାଡି ନେବା ସହ ମା’ଙ୍କୁ ମଣ୍ଡପ ବାହାରକୁ ଫୋପାଡି ଦେଇଥିବା ଦେଖାଯାଇଛି । ସୋମବାର ସକାଳୁ ଏହି ଘଟଣା ଦେଖିବାକୁ ମିଳିଥିଲା । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ