ମାରାମଚଣ୍ଡୀଙ୍କ ବଗଲାମୁଖୀ ବେଶ

କୋଣାର୍କ, (ଗଣେଷ ବେହେରା):ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ତିତ ମା ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା ନୀତି ଚାଲୁ ରହିଛି । ଏହି ପୂଜା ଆଶ୍ୱିନ କୃଷ୍ନପକ୍ଷ ଅଷ୍ଟମୀଠାରୁ ଶୁକ୍ଲପକ୍ଷ ଅଷ୍ଟମୀ ଦିନ ପର୍ଯ୍ୟନ୍ତ ଷୋଳଦିନ ଧରି ପାଳିତ ହୋଇଥାଏ । ରବିବାର ଷଷ୍ଟି ତିଥିରେ ମା ରାମଚଣ୍ଡୀଙ୍କୁ ବଗଲାମୁଖୀ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦର୍ଶନ କରିବାକୁ ରାମଚଣ୍ଡୀଙ୍କ ପୀଠରେ ଶ୍ରଧାଳୁଙ୍କ ଭିଡ ଲାଗି ରହିଥିଲା । ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ମଂଗଳଆଳତୀ,ସୂର୍ଯ୍ୟପୂଜା,ବଲ୍ଲଭ ଭୋଗ,ଖେଚୁଡି ଭୋଗ ସକାଳ୭ଟାରେ ପହଡ ପରେ ସାହାଣମେଲା । ଦିନ୧ଟାରେ ଅନ୍ନଭୋଗ,ମାଛପୋଡା,ମାଛବେସର,ପିଠା,ଡାଲମା ଭୋଗ ଲାଗି ପରେ ୨ଟାରେ ପହୁଡ ପଡିଥାଏ । ଅପରାହ୍ନ ୩ଟାରେ ଦର୍ଶନ,୬ଟାରେ ସଂଧ୍ୟାଆଳତୀ,୭ଟାରେ ବଲ୍ଲଭ ଭୋଗ,ରାତି୧୦ଟାରେ ମାଛବେସର,ଅନ୍ନ,ଡାଲମା,କାକରା,ଦହିପଣା ଏବଂ ମହାପ୍ରସାଦ ପରେ ଆଳତୀ, ରାତି୧୨ଟାରେ ପହୁଡ । ପୂଜକ ପ୍ରକାଶ ଚନ୍ଦ୍ର ପଣ୍ଡା,ଚିତ୍ରସେନ ପଣ୍ଡା,ସୁବାଷ ପଣ୍ଡା ପ୍ରମୁଖ ସେବାୟତ ପୂଜାନୀତି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ