ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ସ୍ଥଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ଏନ୍ଏସିର ଫରେଷ୍ଟ ଜଙ୍କସନ୍ ନିକଟରେ ଏକ ମାର୍କେଟ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ପ୍ରାୟ ୫୦ ପ୍ରତିଶତ ସରିଯାଇଛି । ତେବେ ରାସ୍ତା କିସମର ଜମି (ପ୍ଲଟ ନମ୍ବର, ୮୨୭୮, ଖାତା ନମ୍ବର ୩୧୨୪) ଉପରେ ବେଆଇନ୍ ଭାବେ ଏହା ନିର୍ମାଣ କରାଯାଉଛି ବୋଲି ପୂର୍ବତନ କାଉନ୍ସିର୍ ଏମ୍. ପ୍ରବୀଣ କୁମାର ଓ ଅନ୍ୟ କେତେକ ବ୍ୟକ୍ତି ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ । ବିଚାରପତି ସିଆର୍ ଦାସ ଏହାର ଶୁଣାଣି କରି ନିର୍ମାଣ ସ୍ଥଳରେ ସ୍ଥିତାବସ୍ଥା ବଜାୟ ରଖିବା ସକାଶେ ଏନ୍ଏସି ଇ.ଓ.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇ.ଓଙ୍କୁ ଏ ସମ୍ପର୍କରେ ଯୋଗାଯୋଗବେଳେ ସେ କହିଛନ୍ତି ଯେ, ଆଗରୁ ତାମଡା କ୍ରୀଷ୍ଣା ନାମକ ଜଣେ ବ୍ୟକ୍ତିଙ୍କ ରିଟ୍ ଆଧାରରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଥିଲେ । ତାମଡାଙ୍କ ଗ୍ରିଭାନ୍ସ ପିଟିସନ୍ର ଡିସ୍ପୋଜାଲ୍ ପରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଘଟିଥିଲା । ଦ୍ୱିତୀୟବାର ପୁଣି ସେଭଳି ପରିସ୍ଥିତ ସୃଷ୍ଟି ହୋଇଛି । ତେବେ ଏମ୍. ପ୍ରବୀଣ କୁମାର ଓ ଅନ୍ୟମାନଙ୍କ ଦ୍ୱାରା ଆଗତ ଗ୍ରିଭାନ୍ସ ପିଟିସନ୍ର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରି ସେ ଜଣାଇବେ । ଡିସ୍ପୋଜାଲ୍ ପର୍ଯ୍ୟନ୍ତ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ବିକାଶର ପ୍ରତିକ୍ରିୟାକୁ କାଶୀନଗରରେ ତ୍ୱରାନ୍ୱିତ କରିବା ପାଇଁ ସମସ୍ତଙ୍କ ସହଯୋଗ ତାଙ୍କର କାମ୍ୟ ବୋଲି ଇ.ଓ. କହିଛନ୍ତି ।


