କୀଟନାଷକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ କୃଷ୍ଣପୁରରେ କୀଟନାଷକ ଔଷଧ ଖାଇ ଜଣେ ମହିଳା ଆତ୍ମହତ୍ୟା କରିଥିବାର ଜଣାପଡିଛି । ଆଜି ତାଙ୍କ ଶବକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ରାୟଗଡ ଥାନା ସୂତ୍ରରୁ ପ୍ରକାଶ ଯେ, କୃଷ୍ଣପୁର ଗ୍ରାମର ରେବତୀ ଶବର(୪୦) ମଧ୍ୟହ୍ନ ସମୟରେ ନିଜ ବାସଭବନରେ କୌଣସି ମାନସିକ ଚାପଗ୍ରସ୍ତ ହୋଇ କୀଟନାଷକ ଔଷଧ ଖାଇଦେଇଥିଲେ । ଏହିଖବର ଗ୍ରାମବାସୀ ତଥା ସାହି ପଡୋଶୀ ଓ ପରିବାର ଲୋକେ ଜାଣିବାପରେ ତାଙ୍କୁ ରାୟଗଡ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ତେବେ ଅପରାହ୍ନ ପ୍ରାୟ ୩.୩୦ମିନିଟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୋଲିସ୍ ଟିମ ପହପହଂଚି ଶବକୁ ଜବତ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ଏନେଇ ରାୟଗଡ ଥାନାରେ ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏହାର ତଦନ୍ତଭାର ଏଏସ୍ଆଇ ପ୍ରଫୁଲ ଗୌଡଙ୍କୁ ଦିଆଯାଇଥିବାର ଥାନା ସୂତ୍ରରୁ ପ୍ରକାଶ ।


