ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ କଲେ ଅଧିକ୍ଷଣ ଯନ୍ତ୍ରୀ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ ): ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ହିଞ୍ଜିଳିକାଟୁ ସହରକୁ ବାଣିଜ ବ୍ୟବସାୟ ସକାଶେ ପ୍ରତ୍ୟହ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନ ସାଧାରଣ ଓ ବ୍ୟବସାୟୀ ଆସିଥାନ୍ତି । ବହୁ ସଂଖ୍ୟକ ଗାଡ଼ି ମୋଟର ଓ ଯାନବାହାନ ପାର୍କି ସକାଶେ ସ୍ଥାନର ଅଭାବ ଯୋଗୁଁ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପୌରାଞ୍ଚଳ ପରିବା ବଜାର ନିକଟସ୍ଥ ଅଂଚଳରେ ପ୍ରାୟ ୧୧ ହଜାର ବର୍ଗ ମିଟର ପରିମିତ ଅଂଚଳରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସକାଣେ ୫କୋଟି ୫୬ଲକ୍ଷ ଟଙ୍କା ବ୍ୟୟବରାଦ କରିବା ସହ ଗତ ୨୦୧୭ ମସିହା ଏପ୍ରିଲ ୧୪ ତାରିଖରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ । ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଗତ ୨୯ ତାରିଖ ଠାରୁ ଜବର ଦଖଲ ଉଛେଦ କରାଯାଇ ନିର୍ମାଣ କାର୍ଯ୍ୟାରମ୍ଭ କରାଯାଇଛି । ବୁଧବାର ଅପରାହ୍ନରେ ପୂର୍ତ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଂ. ତୁଷାର କାନ୍ତ ପଣ୍ଡା ସଂପୃକ୍ତ ସ୍ଥାନ ପରିଦର୍ଶନରେ ଆସି ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ସାଉଥ୍ ବ୍ଳକର ୪ ହଜାର ୫ଶହ ବର୍ଗ ମିଟର ପରିମିତ ଅଞ୍ଚଳରେ ୪୮ ଟି ପ୍ରକୋଷ୍ଠ ଏବଂ ନର୍ଥ ବ୍ଳକର ୬ ହଜାର ୫ଶହ ବର୍ଗ ମିଟର ପରିମିତ ଅଞ୍ଚଳରେ ୧୧୦ ଟି ପ୍ରକୋଷ୍ଠ ନିର୍ମାଣ କରାଯିବା ସହ ଉଭୟ ବ୍ଳକ୍ ମଧ୍ୟରେ ୩ମିଟର ଓସାରିଆ ପିଚୁ ରାସ୍ତା ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି । ମାର୍କେଟ କମ୍ପ୍ଲେକ୍ସ ର ନିମ୍ନ ଭାଗ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ରହିଛି । ଉଚ୍ଚକୋଟୀର କାର୍ଯ୍ୟ ସହ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ପଣ୍ଡା ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ନିର୍ମାଣ କାର୍ଯ୍ୟ ଆରମ୍ଭ ପର ଠାରୁ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ମାନେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ