ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ଖରା ଆସିକାରେ ୩୪ ଡିଗ୍ରୀ ଡେଇଁଲା ପାରଦ

ଆସିକା, (ୱାଇଏନ୍‍ଏସ୍‍):ଆଗକୁ ପ୍ରବଳ ଖରା ହେବ ବୋଲି ଏବେଠୁ ସତର୍କ ଘଣ୍ଟି ବାଜିଲାଣି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ତାତି ଦିନକୁ ଦିନ ବଢିବାରେ ଲାଗିିଛି । ସୋମବାର ପାରଦ ୩୪ ଡିଗ୍ରୀ ଛୁଇଁଛି । ଆସିକା ଅଞ୍ଚଳରେ ତାପମାତ୍ରା ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି । ଆଜି ଦିନ ଗୋଟାଏ ସୁଦ୍ଧା ତାପମାତ୍ରା ୩୪ ଡିଗ୍ରୀ ଟପିଥିଲା । ଘରୁ ବାହାରକୁ ବାହାରିଲେ ଖରା ଟାଇଁ ଟାଇଁ ଲାଗୁଥିଲା । ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଏମିତି ଖରାର ପ୍ରଭାବ ଯୋଗୁଁ ସବୁୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ବୁଲା ପଶୁ । ଖରାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଜଳଛତ୍ର ଖୋଲିନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଖରାର ତାତିରେ ସାହିବସ୍ତିରେ ଘୁରି ବୁଲୁଥିବା ବୁଲା ପଶୁଜନ୍ତୁଙ୍କ ତୃଷା ନିବାରଣ ଲାଗି ବିଭିନ୍ନ ସାହିବସ୍ତିରେ ଜଳକୁଣ୍ଡ ସ୍ଥାପନ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ