ମାର୍ଚ୍ଚ ୧୦ରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିବ କଂଗ୍ରେସ
ବାରିପଦାର,(ମୁରାରୀ ମୋହନ ମହାପାତ୍ର):ବାରିପଦାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭବନଠାରେ ସ୍କୁଲ ଛାତ୍ରୀ ଓ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଓ ବଳାତ୍କାର ବିରୁଦ୍ଧରେ ମାର୍ଚ୍ଚ ୧୦ ତାରିଖରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାରିପଦା ଟାଉନ କଂଗ୍ରେସର ପୂର୍ବତନ ନଗର ସଭାପତି ଶାନ୍ତନୁ ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ନିଯୁକ୍ତି ପାଇଥିବା ଶ୍ରୀଯୁକ୍ତ ସୁଦର୍ଶନ ଦାସ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ବୈଠକକୁ ସମ୍ବୋଧିତ କରିଥିଲେ । ଗତ ନିର୍ବାଚନରେ ପ୍ରାର୍ଥୀ ହୋଇ ଥିବା ବିଧାୟକ ପ୍ରାର୍ଥୀମାନେ କିପରି ଭାବରେ ୧୦ ତାରିଖ ଦିନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ କରାଯିବ, କଣ ଆଭିମୁଖ୍ୟ ରହିବ ତା ଉପରେ ଗୁରୁତ୍ଵ ଆରୋପ କରିଥିଲେ l ସର୍ବସମ୍ମତି କ୍ରମେ ଆଗାମୀ ୧୦ ତାରିଖ ଦିନ ୧୦ ଘଣ୍ଟା ଠାରୁ ଦିବା ୧.୦୦ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଅଫିସ ଘେରାଉ ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା।
ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଦୀପ ରଥ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ, ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର, ମୁରଲୀ ନାଏକ, ପ୍ରମୋଦ ହେମ୍ବ୍ରମ, ଦୁର୍ଗା ଚରଣ ଟୁଡୁ, ମୀନକେତନ ବେହେରା, ଜ୍ୟୋତି ପ୍ରକାଶ ରଥ, ଅରବିନ୍ଦ ଦାସ, ସମର ରଞ୍ଜନ ଦାସ, ଶିବାନନ୍ଦ ଦାସ, ଦୀପକ ଦାଶ, ନିର୍ମଳ ପ୍ରଧାନ, ତୁସାର ବେହେରା,ମଦନ ମୋହନ ହେମ୍ବ୍ରମ, ମନରଞ୍ଜନ ହେମ୍ବ୍ରମ, ସତ୍ଯକାମ ସେନାପତି,ଭବାନୀ ଶଙ୍କର ସାହୁ, ରାମରତନ ମହାନ୍ତ, ହରି ନାଏକ,ମୁନା ଗିରି, ପ୍ରଦୀପ ମିଶ୍ର, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ଫରିଦା ତବସୁମ,କାଳୀଚରଣ ଧୀର, ଦେବେନ୍ଦ୍ର ସିଂ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।


