ଓକିଲ ସଙ୍ଘ ନିର୍ବାଚନ ୧୧ ଟି ପଦବୀ ନିମନ୍ତେ ୨୩ ପ୍ରାର୍ଥୀପତ୍ର ଦାଖଲ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ଓଡିଶା ରାଜ୍ୟ ଆଇନଜୀବି ପରିଷଦ ଦ୍ବାରା ପରିଚାଳିତ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ କରଞ୍ଜିଆ ଓକିଲ ସଂଘ ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୯ ତାରିଖ ରେ ଅନୁଷ୍ଠିତ ହେବ । ନିର୍ବାଚନ ନିମନ୍ତେ ୧୧ ଟି ପଦବୀ ନିମନ୍ତେ ୨୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ତନ୍ମଧ୍ୟରୁ ସଭାପତି ପଦବୀ ନିମନ୍ତେ ୩ ଜଣ ଦୀପକ କୁମାର ଦାସ ଅଧିକାରୀ, ମନୋଜ ମହାନ୍ତି, ମଦନ ମହାନ୍ତ ,ଉପସଭାପତି ପଦବୀ ନିମନ୍ତେ ୪ ଜଣ ମହମ୍ମଦ ଅମିରୁଲ ହୁସେନ, ଦୀନକୃଷ୍ଣ ନାଏକ, ଗୌରାଙ୍ଗ ଚନ୍ଦ୍ର ବାରିକ, ମନୋଜ କୁମାର ମହାନ୍ତି, ସମ୍ପାଦକ ପଦବୀ ନିମନ୍ତେ ୩ ଜଣ ସରୋଜ କୁମାର ରାଉଳ, ଦିବ୍ୟପ୍ରସାଦ ସାହୁ, ବାବୁରାମ ବେସ୍ରା, ସହ ସମ୍ପାଦକ ତଥା ଲାଇବ୍ରେରୀ ସମ୍ପାଦକ ପଦବୀ ନିମନ୍ତେ ୩ ଜଣ ମହମ୍ମଦ ଫିରୋଜ, ସପନ କୁମାର ଶତପଥି, ପିପୁନ ସାହୁ, କୋଷାଧକ୍ଷ ପଦବୀ ନିମନ୍ତେ ୨ ଜଣ ପିପୁନ ସାହୁ, ବିଶ୍ୱଜିତ ସାହୁ କାର୍ଯ୍ୟକାରିଣୀ ସଦସ୍ୟ ନିମନ୍ତେ ୬ ଟି ପଦବୀ ନିମନ୍ତେ ୮ ଜଣ ସୁବର୍ଣ୍ଣ ଧୁଙ୍ଗିଆ, କାନ୍ହୁ ଚରଣ ଗିରି, ସୁଧାଂଶୁ ପାତ୍ର, ଜିତେନ୍ଦ୍ର ବାରିକ, ସଂଗ୍ରାମ କୁମାର ନାୟକ, ତ୍ରିଶୁଳ କୁମାର ମହାନ୍ତ, ବିଶ୍ୱଜିତ ସାହୁ, ଅଶୋକ କୁମାର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ନିର୍ବାଚନ ଅଧିକାରୀ ତ୍ରିଲୋଚନ ପତି ଦେଇଛନ୍ତି ,୯ ତାରିଖରେ ଯାଞ୍ଚ, ୧୦ ତାରିଖରେ ଯାଞ୍ଚ ପରେ ବୈଧ ତାଲିକା ପ୍ରକାଶନ, ୧୨ ତାରିଖରେ ପ୍ରତ୍ୟାହାର, ୧୩ ତାରିଖରେ ନିର୍ବାଚନ କୁ ଓହ୍ଲାଉଥିବା ସମସ୍ତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶନ ଏବଂ ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୭:୩୦ ରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ସହିତ ନିର୍ବାଚନ ଅନୁଷ୍ଠିତ ହୋଇ ୪ ଟା ସମୟରେ ଭୋଟ ଗଣତି ହୋଇ ଫଳ ଘୋଷଣା ହୋଇ ପ୍ରକାଶିତ ହେବ ଏବଂ ପରିଷଦ କୁ ଜଣାଇଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ