ମାର୍ଲବା ଘାଟିରେ ପୁଣି ଦୁର୍ଘଟଣା ହେଲା ଯାତ୍ରୀବାହୀ ବସ୍
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ଼ ଥାନା ମାର୍ଲବା ଘାଟିରେ ଇସ୍ପାତ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ଵର ଠାରୁ ପାରଳାଖେମୁଣ୍ଡି ଯାଉଥିବା ଏହି ବସ୍ ଭାରସାମ୍ୟ ହରାଇ ପାହାଡ଼ରେ ପିଟି ହୋଇଯାଇଥିଲା। ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବାବେଳେ ବସ କଣ୍ଡକ୍ଟରଙ୍କ ସମେତ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଲେ କାଶୀନଗର ଗ୍ରାମର ସଦାନନ୍ଦ ନାୟକ (୫୨), ପି. ଭାସ୍କର ରାଓ (୫୩), ପୁରୀ ଜିଲ୍ଲାର ସନ୍ତୋଷ ସାହୁ (୩୮), ରାୟଗଡ଼ର ଜୁରିଆ ନାୟକ (୨୭), ରୁବୁଡାର ମିକୁ ନିଅଲ ରଇତ (୩୮), ଭୁବନେଶ୍ଵରର ଧର୍ମେନ୍ଦ୍ର ପଟ୍ଟନାୟକ (୩୮ ୩୮)। ସମସ୍ତ ଗୁରୁତର ଏବଂ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।