ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ଖାନନଗରରେ ନୂତନ ନଳକୂପ ସ୍ଥାପନ

ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ, ବାଲେଶ୍ୱର ଶାଖା ପକ୍ଷରୁ ଖାନନଗର ରେଲୱେ କ୍ରସିଂ ନିକଟରେ ଏକ ନଳସ୍ପ ସ୍ଥାପନ କରାଯାଇଛି । ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ ଓ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନର ନିର୍ବାଚିତ ଅଧ୍ୟକ୍ଷା ଅଞ୍ଜୁ ସରାଓଗୀ ଯୋଗଦେଇ ମିଳିତ ଭାବେ ଏହି ନଳକୂଳକୁ ଉଦଘାଟନ କରିଥିଲେ । ଏହି ନଳକୂପ ମାଧ୍ୟମରେ ଖାନନଗର ପଞ୍ଚାୟତର ରେଲୱେ କ୍ରସିଂ ଅଂଚଳରେ ରହିଥିବା ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ମହିଳା ସମ୍ମେଳନର ବାଲେଶ୍ୱର ଶାଖା ସଭାନେତ୍ରୀ ପ୍ରିୟା ଅଗ୍ରୱାଲ, ସମ୍ପାଦିକା ସୋନାଲ ମୋଦି, କୋଷାଧ୍ୟକ୍ଷା ଗୀତା ସୋମାନି, ମହିଳା ସଶକ୍ତିକରଣ ପ୍ରମୁଖ ଶାଳିନୀ ଖଣ୍ଡେଲୱାଲ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନଳକୂପ ସ୍ଥାପନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ନଳକୂପ ଖନନରେ ମୋଟ ୮୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସମ୍ମେଳନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ