ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ଜାତୀୟ ଥାଲେସେମିଆ ସପ୍ତାହ ପାଳନ ଅବସରରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ବାଲେଶ୍ୱର ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ରକ୍ତ ଭଣ୍ଡାର ପରିସରରେ ଆୟୋଜିତ ଶିବିରକୁ ଡାକ୍ତର ମହେଶ କୁମାର ବିଶ୍ୱାଳ ଉଦଘାଟନ କରିଥିଲେ । ସାମ୍ପ୍ରତିକ ଗ୍ରୀଷ୍ମ ପ୍ରକୋପ ରକ୍ତଦାନ ଶିବିର ଆୟୋଜନରେ ଅନ୍ତରାୟ ହୋଇଥିବା ବେଳେ ମାରୱାଡ଼ି ମହିଳା ସମ୍ମେଳନର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ମାରୱାଡ଼ି ମହିଳା ସମ୍ମେଳନର ବହୁ ସଦସ୍ୟା ଏହି ଶିବିରରେ ରକ୍ତଦାନ କରିଥିଲେ ।ଏଥିସହିତ ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ ୨୫ଜଣ ନର୍ସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମାରୁୱାଡି ମହିଳା ସମ୍ମେଳନ ସଭାପତି ପ୍ରିୟା ଅଗ୍ରୱାଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ସମ୍ପାଦିକା ସୋନାଲି ମୋଦି, କୋଷାଧ୍ୟକ୍ଷା ଗୀତା ସେମାନୀ, ଆଞ୍ଚଳିକ ପ୍ର୍ରମୁଖ ନିଶା ମୋଦି, ରକ୍ତଦାନ ଶିବିର ଆୟୋଜନ ପ୍ରମୁଖ ମନୀଷା ମୋଦି, ସ୍ୱେତା ମୋର, ମନିଷା ଖଣ୍ଡେଲୱାଲ, ସାଲିନୀ ଖଣ୍ଡେଲୱାଲ, ରୀତା ଜଟାନିଆ, ରଶ୍ମି ଗୁପ୍ତା ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।