ମାରୱାଡ଼ି ମହିଳା ସମିତି ପକ୍ଷରୁ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :-ଆନ୍ତର୍ଜାତିକ ପୃଥିବୀ ଦିବସ ପାଳନ ଅବସରରେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ, ବାଲେଶ୍ୱର ଶାଖା ପକ୍ଷରୁ ସ୍ୱଚ୍ଛ ପରିବେଶ ସଚେତନତା ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯ।।ଇଛି । ଏହି ଶୋଭାଯାତ୍ରା ବାଲେଶ୍ୱର ସଗରର ଲଳିତେଶ୍ୱରୀ କାଳୀ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା ସହ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ମାରୱାଡି ମହିଳା ସମିତି କର୍ମକର୍ତ୍ତା ଓ ସଦସ୍ୟାଙ୍କ ସମେତ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ସମ୍ବଳିତ ପୋଷାକ ପିନ୍ଧି ବହୁ ଶିଶୁ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସେଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଞ୍ଜୁ ସରାୱଗୀ ଯୋଗଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱର ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ପ୍ରିୟା ଅଗ୍ରୱାଲ ଏଥିରେ ପୌରହିତ୍ୱ କରିବା ପ୍ଲାଷ୍ଟିକ ବର୍ଜନ ଉପରେ ଗୁରୁତ୍ୱାରୋପ କରିଥିଲେ । ସମିତିର ସମ୍ପାଦିକା ସୋନାଲ ମୋଦୀ ପରିବେଶ ସୁରକ୍ଷା ପାଇଁ ସବୁ ମହଲରୁ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସେଠାରେ ସମସ୍ତେ ପରିବେଶ ସୁରକ୍ଷା ପାଇଁ ଶପଥ ନେଇଥିଲେ । ସଙ୍ଗଠନର କୋଷାଧ୍ୟକ୍ଷ ଗୀତା ସୁମାନି, କ୍ଷେତ୍ରୀୟ ମୁଖ୍ୟ ନିଶା ମୋଦୀ, ପରିବେଶ ପ୍ରକଳ୍ପର ମୁଖ୍ୟ କବିତା ବାହେତି, ସ୍ନେହା ସରାୱଗୀ ପ୍ରମୁଖଙ୍କ ସମେତ ମାରୱାଡ଼ି ମହିଳା ସମିତର ବହୁ ସଦସ୍ୟା ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ