ମାରୱାଡ଼ି ସମ୍ମେଳନର ତ୍ରିରଙ୍ଗା ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଅବସରରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସ୍ଥାନୀୟ ଆରକେ ହିନ୍ଦୀ ବିଦ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଥମର ପାଇଁ ସରକାରଙ୍କ ଘୋଷଣା ଅନୁସାରେ ଏହି ମହୋତ୍ସବ ତିନିଦିନ ଦେଶବ୍ୟାପୀ ପାଳନ ହେଉଛି । ତେବେ ଜାତୀୟ ପତାକା ବ୍ୟବହାରର ନିୟମ ପ୍ରତି ସମସ୍ତେ ଗୁରୁତ୍ୱ୍ ଦେବା ଉଚିତ ବୋଲି ଶ୍ରୀ ମହାପାତ୍ର କହିଥିଲେ । ତେବେ ଏହିଭଳି ଶୋଭାଯାତ୍ରା ଆୟୋଜନ ପାଇଁ ମାରୱାଡ଼ି ସମ୍ମେଳନ କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ । ସମ୍ମେଳନର କର୍ମକର୍ତ୍ତା ଓ ସଦସ୍ୟମାନେ ବହୁସଂଖ୍ୟାରେ ହୋଇ ଏହି ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ତ୍ରିରଙ୍ଗା ପତାକା ଉଡ଼ାଇବା ସହ ଦେଶାତ୍ମବୋଧ ସ୍ଲୋଗାନ ଦେଇଥିଲେ । ଡାକବାଜିରେ ଦେଶାତ୍ମବୋଧ ଗୀତ ବଜାଇ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରୀତି ଜାଗ୍ରତ ପାଇଁ ସମ୍ମେଳନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ସ୍ୱାଧୀନତାର ୭୫ ବର୍ଷକୁ ସ୍ୱତନ୍ତ୍ର ଉତ୍ସବ ମାଧ୍ୟମରେ ପାଳନ ପାଇଁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ସମ୍ମେଳନର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ