ମାଲକାନଗିରି ସାମ୍ବାଦିକଙ୍କ ଗିରଫ ଘଟଣାର ପ୍ରତିବାଦ

ଛତ୍ରପୁର, (ଦେବଦତ୍ତ ମହାରଣା) : ମାଲକାନଗିରି ଜିଲ୍ଲା ର ପାଞ୍ଚଜଣ ସାମ୍ବାଦିକଙ୍କ ଉପରେ ମିଛ ଅଭିଯୋଗରେ ପୋଲିସ ଗିରଫ କରିବା ପ୍ରତିବାଦ ରେ ଆଜି ଛତ୍ରପୁର ଯୁବ ସାମ୍ବାଦିକ ମାନଙ୍କ ପକ୍ଷରୁ ଘଟଣା ର ନିରପେକ୍ଷ ତଦନ୍ତ କରାଯିବା ସହ ମିଛ ଅଭିଯୋଗ ଦେଇଥିବା ଡାକ୍ତର ଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଥିଲା । ଯଦି ପୋଲିସ ଡାକ୍ତର ଙ୍କ ମିଛ ଅଭିଯୋଗରେ ପୋଲିସ ସାମ୍ବାଦିକଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣିପାରିଲା ସାମ୍ବାଦିକ ମାନେ ଦେଇଥିବା ଏତଲାକୁ ପୋଲିସ ତିନି ଦିନ ବିତି ଯାଇଥିଲେ ମଧ୍ୟ କାହିଁକି ପଞ୍ଜିକୃତ କରୁନାହିଁ କି ଡାକ୍ତର ମାନଙ୍କୁ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ।ଏଣୁ ଯଥାଶୀଘ୍ର ସେହି ଡାକ୍ତର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ସାମ୍ବାଦିକ ମାନେ । ଏହି ପରିପ୍ରେକ୍ଷୀରେ ଛତ୍ରପୁର ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ,ସନ୍ତୋଷ କୁମାର ମିଶ୍ର, ଅଜିତ ସ୍ୱାଇଁ, ବିସ୍ମୟ ପ୍ରଧାନ, ରବୀନ୍ଦ୍ର ନାହାକ, ଇଜୁ ଆମିନ ଖାନ, ଦେବବ୍ରତ ପଣ୍ଡା, ବିରେନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ