ମାଲବାହି ଟ୍ରେନ୍ ଧକ୍କାରେ ରେଲ୍‌ୱେ କର୍ମଚାରୀଙ୍କ ମୃତ୍ୟୁ

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅଧିନସ୍ଥ ସିତାବିଞ ଏବଂ ନିଳକଣ୍ଠେଶ୍ୱର ରେଲ୍‌ୱେ ମଧ୍ୟବର୍ତି ଏକ ସ୍ଥାନରୁ ରେଳ ଧାରଣ ଉପରୁ ଜଣେ ରେଲ୍‌ୱେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । କର୍ମଚାରୀ ଜଣଙ୍କ ସାନ୍ତୁନୁ ଦାସ୍‌(୪୩) ସେ ଆଜି ସକାଳେ ସେକ୍‌ସନ ଇନିସ୍‌ପେକ୍‌ସନ କରୁଥିବା ବେଳେ ଅନ୍ୟମନସ୍କତା ଯୋଗୁଁ ଟ୍ରେନ୍ ଆସୁଥିବାର ଜାଣୀପାରି ନଥିଲେ । ଯାହାଫଳରେ ତାଙ୍କ ଉପରେ ମାଲ୍‌ବାହି ଟ୍ରେନ୍ ଧକ୍କା ଦେଇ ଚାଲିଯାଇଥିଲା । ତେବେ ଖବର ପାଇ ଢେଙ୍କିକୋଟ ଫାଣ୍ଡି ପୋଲିସ୍ ଏବଂ ରେଲ୍‌ୱେ କର୍ମଚାରୀ ପହଂଚି ଥିଲେ । ପୋଲିସ୍ ତଦନ୍ତି ଜାଣିବାକୁ ପାଇଲା ମୃତକ ଜଣଙ୍କ ହେଲେ କେନ୍ଦୁଝରର ପୁରୁଣା ବଜାରର ସାନ୍ତୁନୁ ଦାସ୍ । ସଙ୍ଗେ ସଙ୍ଗେ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲେ । ମୃତକ ପରିବାର ଆସି ସାନ୍ତୁନୁଙ୍କ ଶରୀର ଚିହ୍ନିବା ପରେ ଢେଙ୍କିକୋଟ୍ ଫାଣ୍ଡି ପୋଲିସ୍ ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ