ମାଲଷ୍ମୀଙ୍କ ଭସାଣି ଉତ୍ସବଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଦୈନିକ ହାଟ ଠାରେ ୨୯ ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ପରେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା ।ସମାଜସେବୀ ତଥା ଦୈନିକ ହାଟ ର ପରିଚାଳକ ଶିଶିର କୁମାର ନାୟକ ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଟ ର ସଭାପତି ଗୌରାଙ୍ଗ ପରିଡ଼ା ,ସଭାପତି ବ୍ରଜବନ୍ଧୁ ଦାସ ,ସମ୍ପାଦକ ଚିତ୍ତରଞ୍ଜନ ପୃଷ୍ଟି ,ସହ ସମ୍ପାଦକ କୈଳାଶ ମଲ୍ଲିକ ,କୋଷାଧ୍ୟକ୍ଷ ଭରତ ପରିଡ଼ା ,ଉପଦେଷ୍ଟା ପ୍ରଫୁଲ୍ଲ ସାହୁ ,ସଞ୍ଜୟ ସାହୁ,ଚନ୍ଦନ ଲେଙ୍କା ବାବୁ ସାହୁ ,ସଞ୍ଜୟ ପରିଡ଼ା,ପ୍ରକାଶ ସ୍ବାଇଁ ରବୀନ୍ଦ୍ର ସାହୁ ଅନନ୍ତ ସାହୁ,ବାବାଜୀ ମଲ୍ଲିକ ଙ୍କ ସହିତ ହାଟ ର ସମସ୍ତ ବ୍ୟବସାୟୀ ଉପସ୍ଥିତ ରହି ମା ଙ୍କୁ ମହାପଟୁଆର ରେ ବଜାର ପରିକ୍ରମା କରାଇ ମାଧବ ନିକଟସ୍ଥ ପ୍ରାଚୀ ନଦୀରେ ବିସର୍ଜନ କରିଥିଲେ।ପୂଜକ ରସାନନ୍ଦ ଦାସ ଓ ଦାଶରଥି ଦାସ (ଦାସିଆ ଭାଇନା ) ଙ୍କ ଦ୍ଵାରା ଯଥା ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କୈଳାସ ସାହୁ ରହିଥିଲେ ।ଚଳିତ ବର୍ଷ ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ପରିବେଷଣ କରା ଯାଇଥିଲା।ଆଠଗଡ଼ ରୁ ଆସିଥିବା ମହିଳା ପାଲା ଗାୟିକା ଗୀତାଞ୍ଜଳି ଓ ତାଙ୍କ ଦଳ ପକ୍ଷରୁ ଅନୁଷ୍ଠିତ ପାଲା ପରିବେଷଣ ବହୁ ଉଚ୍ଚ କୋଟିର ହୋଇଥିଲା। ପାଲା ଦେଖିବାକୁ ବହୁ ଜନ ସମାଗମ ହୋଇଥିଲା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଗାୟିକାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ମା ଙ୍କ ଭସାଣି ପରେ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ।
ସ୍ଥାନୀୟ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


