ମାଳଦୀପ ରେ ସୁଷମା ସ୍ୱରାଜ

ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ରବିବାର ଦିନ ଦୁଇ ଦିନିଆ ମାଳଦୀପ ଗସ୍ତରେ ଯାଇଛନ୍ତି। ସେ ମାଳଦୀପ ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି। ଶ୍ରୀମତୀ ସ୍ୱରାଜଙ୍କ ସହ ବିଦେଶ ସଚିବ ବିଜୟ ଗୋଖଲେଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳୀ ମଧ୍ୟ ମାଳଦୀପ ଯାଇଛନ୍ତି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ମାଳଦୀପ ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀମତୀ ସ୍ୱରାଜ ଏହି ଗସ୍ତରେ ଯାଇଛନ୍ତି ଏବଂ ଏହି ସମୟ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ମଜବୁତ କରିବା ନେଇ ବିଭିନ୍ନ ରାଜନୈତିକ ଓ ଅନ୍ତର୍ଜାତୀୟ ସମସ୍ୟା ଉପରେ ଆଲୋଚନା ହେବ। ଶ୍ରୀମତୀ ସ୍ୱରାଜ ଏହି ଗସ୍ତ କାଳରେ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସାଲେହ, ଗୃହ ମନ୍ତ୍ରୀ ଶେଖ ଇମ୍ରାନ ଅବଦୁଲ୍ଲା, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ଯୋଜନା ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଓ ପରିବେଶ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ