ମାଳମାଳ ବେଆଇନ କୋଚିଂ ସେଂଟରରେ ନାହିଁ ସୁରକ୍ଷା ବ୍ୟବସ୍ଥା

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବହୁ ଗ୍ରାମାଂଜଳରେ ଛତୁ ଫୁଟିଲା ଭଳି ଗଢି ଉଠିଥିବା କୋଚିଂ ସେଂଟର ଗୁଡ଼ିକରେ ନାହିଁ ସୁରକ୍ଷା ବ୍ୟବସ୍ଥା । ମାଳ ମାଳ ବେଆଇନ କୋଚିଂ ସେଂଟର ଗୁଡ଼ିକ ଜବରଦସ୍ତ ବେପାର କରୁଛି । ପ୍ରତ୍ୟେହ ସକାଳ ୬ ଟାରୁ ଏହି କୋଚିଂ ସେଂଟର ନାମରେ ଶିକ୍ଷା ବେପାର ହୋଇଯାଉଛି । ସ୍କୁଲ ଓ କଲେଜକୁ ଯିବା ପୂର୍ବରୁ ଘଂଟାଏ ଗୋଟିଏ ବିଷୟରେ ଟିଚିଂ ଦେଇ ଆସିବାକୁ ବଇନା ନେଇଛନ୍ତି ବିଭିନ୍ନ ସ୍କୁଲ ଓ କଲେଜର ବହୁ ଶିକ୍ଷକ ଓ ଅଧ୍ୟାପକ ମାନେ । ରାସ୍ତା ପାଖରେ ଅତି ବିପଦପୂର୍ଣ୍ଣ ଭାବେ ଉକ୍ତ କୋଚିଂ ସେଂଟର ଗୁଡ଼ିକ କାର୍ଯ୍ୟ କରୁଥିଲେ ମଧ୍ୟ ସୁରକ୍ଷା ବ୍ୟସ୍ଥା ବିଲକୁଲ୍ ନାହିଁ କହିଲେ ଚଳେ । ହିଂଜିଳିକାଟୁ ପୌରାଂଚଳ ତଥା ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ବହୁ କୋଚିଂ ସେଂଟର ଖୋଲିଛି । ସେହି ବିପଦପୂର୍ଣ୍ଣ ରାସ୍ତା କଡ଼ରେ ଥିବା କୋଚିଂସେଂଟର ଗୁଡ଼ିକରେ ପ୍ରତ୍ୟେହ ସକାଳୁ ସଂଜ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଙ୍କ ଭିଡ଼ ଜମିଥାଏ । ହିଂଜିଳିକାଟୁ ସହର ସମେତ ଗ୍ରାମାଂଚଳ ଗୁଡ଼ିକରେ ଯେତିକି ପରିମାଣରେ ବିଦ୍ୟାଳୟ ଓ କଲେଜ ରହିଛି ତା ଠାରୁ ଢେର ଅଧିକ ଗୁଣରେ କୋଚିଂ ସେଂଟର ରହିଛି । ବହୁ କୋଚିଂ ସେଂଟର ଗୁଡ଼ିକରେ ପାଠପଢା କମ୍ ରହିଥିବା ବେଳେ କେବଳ ଅର୍ଥ ପାଇଁ ଯିଏ ଯେଉଁଠି ପାରିଲା ମନଇଚ୍ଛା କୋଚିଂ ସେଂଟର ଓ ପ୍ରାଇଭେଟ ବିଦ୍ୟାଳୟ ନାମରେ ଘରଭଡ଼ା ନେଇ ସ୍କୁଲ ଖୋଲିଦେଲା । ଏହି ଶିକ୍ଷା ବେପାରକୁ ପ୍ରୋତ୍ସାହନ ଯୋଗାଉଛନ୍ତି ବହୁ ଶିକ୍ଷାବିଭାଗୀୟ କାର୍ଯ୍ୟାଳୟରେ କାର୍ଯ୍ୟରତ ତଳିଆ କର୍ମଚାରୀ । ହିଂଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବହୁ ଗ୍ରାମାଂଚଳରେ ଖୋଲିଛି ଅନେକ ବେସରକାରୀ ବିଦ୍ୟାଳୟ । ଶିକ୍ଷା ବିଭାଗୀୟ ଅଧିକାରୀ ମାନଙ୍କୁ ମାସିକିଆ ହାତଗୁଂଜା ଦେଇ ଏହି ବିଦ୍ୟାଳୟ ଗୁଡ଼ିକ ବିନା ଲାଇସେନ୍ସରେ ବିନା ପ୍ରମାଣପତ୍ରରେ ବର୍ଷ ବର୍ଷ ହେଲା ଶିକ୍ଷା ବେପାର ଚଲାଇଛନ୍ତି ୠୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସବୁ କୋଚିଂ ସେଂଟର ଓ ବିଦ୍ୟାଳୟରେ ମାଟ୍ରିକ ପାସ୍, +୨ ଫେଲ୍, +୩ ଫେଲ୍ ପୁରୁଷ ଓ ମହିଳାଙ୍କୁ ପାଠପଢା ପାଇଁ ନିଯୁକ୍ତି ଦିଆଯାଇଛି । ମାତ୍ର ୨ ରୁ ୩ ହଜାର ଟଙ୍କା ଦରମା ପ୍ରଦାନ କରି ପାଠ ପଢାଇବା ପାଇଁ ଏହିସବୁ ବିଦ୍ୟାଳୟରେ ସୁଯୋଗ ଦେଉଥିବାର ଦେଖିବାକୁ ମିଳୁଛି । ରାସ୍ତା କଡ଼ରେ ପ୍ରତି କେରାଚିଂ ସେଂଟରକୁ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାକୁ ଯାଉଥିବାର ଦେଖିବାକୁ ମିଳୁଛି । ଶିକ୍ଷାର୍ଥୀ ମାନଙ୍କ ଠାରୁ ଜୋର ଜବରଦସ୍ତ ମାସିକ ୫୦୦ ରୁ ୮୦୦ ଟଙ୍କା ଫିସ୍ ନେଇ ଶିକ୍ଷକ ମାନେ ମାଲାମାଲ ହେଉଥିବାର ନଜିର ରହିଛି । ଗତ କିଛି ଦିନ ପୂର୍ବେ ସୁରଥ ସହରର ଏକ କୋଚିଂ ସେଂଟରରେ ନିଆଁ ଲାଗି ୨୦ ରୁ ଉଦ୍ଧ୍ୱର୍ ଛାତ୍ର ପ୍ରାଣ ହରାଇଥିବା ବେଳେ ସ୍ଥାନୀୟ ସହରରେ ଗଢି ଉଠିଥିବା କୋଚିଂ ସେଂଟର ଗୁଡ଼ିକରେ ଅଗ୍ନି ନିରାପତା ନେଇ କୌଣସି ପ୍ରକାର ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ସୁରଥ ସହରରେ ଅଗ୍ନିକାଣ୍ଡ ଘଟଣା ପରେ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ବହୁ କୋଚିଂ ସେଂଟର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ନେଇ ବ୍ୟାପକ ଚଢାଉ ଆରମ୍ଭ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଂଜିଳିକାଟୁ ପୌରାଂଚଳରେ ଗଢି ଉଠିଥିବା ବହୁ କୋଚିଂ ସେଂଟର ମାଲିକ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ