ମାସୁଦଙ୍କ କଳା ତାଲିକାଭୁକ୍ତ କରିବା ପାଇଁ ବାୟୋଡାଟା ଦରକାର ନାହିଁ

ନୂଆଦିଲ୍ଲୀ (ଏଜେନ୍ସି): ଜାତିସଂଘ ସୁରକ୍ଷା ପରିଷଦ ଜୈଶ-ଏ-ମହମ୍ମଦ ମାସୁଦ ଆଝାରକୁ ତାଲିକାଭୁକ୍ତ କରିବା ସମୟରେ ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣ ବାବଦରେ ନକୁହାଯିବାକୁ ନେଇମୁହଁ ଖୋଲିଛି କେନ୍ଦ୍ର । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମାସୁଦକୁ ତାଲିକାଭୁକ୍ତ କରିବାପାଇଁ ତା’ର ସମସ୍ତ ଆତଙ୍କବାଦୀ କାର୍ଯ୍ୟକଳାପର ବାୟୋଡ଼ାଟା ଦେବାର ଆବଶ୍ୟକତା ନାହିଁ । ଏହି ଅବସରରେ କୁହାଯାଇଛି ଭାରତ ସରକାରଙ୍କ ଦାବିର ଲକ୍ଷ୍ୟ ଥିଲା ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ମାନ୍ୟତା ନିଶ୍ଚିତ କରିବା । ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଏହି ଆଖ୍ୟା କୌଣସି ନିର୍ଦ୍ଦିଷ୍ଟ ଘଟଣାଭିତ୍ତିକ ନୁହେଁ ବରଂ ସେହି ସମସ୍ତ ପ୍ରମାଣ ଉପରେ ଆଧାରିତ ଯାହାକି ଆମେ ମାସୁଦ ବିରେଧରେ କଟକଣା କମିଟିର ସଦସ୍ୟମାନଙ୍କୁ ଦେଇଥିଲୁ । ପୁଲ୍‍ୱାମା ଆକ୍ରମରଣ ନିଶ୍ଚିତ ଭାବରେ ଏଥିରେ ଏକବଡ଼ ଭୂମିକା ନେଇଥିବା ସେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସଂନ୍ଧ୍ୟାରେ ଭାରତରବଡ଼ କୁଟନୈତିକ ବିଜୟ ସ୍ୱରୂପ ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦର କଟକଣା କମିଟି ‘ବିଶ୍ୱସ୍ତରୀୟ’ ଆତଙ୍କବାଦୀ ଘୋଷଣା କରାଯାଇଥିଲା । ପୂର୍ବରୁ ୪ ଥର ଭିଟୋ ଲଗାଇ ଏଥିରେ ରୋକ୍‍ ଲଗାଇଥିବା ଚାଇନା ୟୁଟର୍ଣ୍ଣ ନେବାରୁ ଏହା ସଫଳ ହୋଇପାରିଥିଲା । ଆମେରିକା ନେତୃତ୍ୱରେ ବିଶ୍ୱସ୍ତରରେ ପଡ଼ିଥିବା ଚାପରେ ଚାଇନା ଶେଷରେ ନରମିଥିଲା । ଅନ୍ୟପକ୍ଷରେ ଚାଇନାକୁ ପ୍ରତିବଦଳରେ କ’ଣ ଦିଆଗଲାବୋଲି ପ୍ରଶ୍ନରେ କୁମାର କହିଥିଲେ, ଆମେ ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗରେ ମୁଲଚାଲ କରୁନା । ଚାଇନାପୂର୍ବରୁ ମଧ୍ୟ କହିସାରିଛି ଯେ, ଏହି ପ୍ରସ୍ତାବରେ ଲଗାଇଥିବା ରୋକ୍‍ ସେମାନେ କାହିଁକି ଉଠାଇ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ