ମାସେ ବିତିଗଲାଣି ସମାଧାନ ହୋଇପାରୁନି କେସ

ଘଟଗାଁ,(ନାରାୟଣ ପଲାଇ):ଅଭିଯୋଗର ମାସେ ପରେବି ମିଳିପାରୁନି ନ୍ୟାୟ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଇଗଣପାଳ ଗ୍ରାମରେ । ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ବିଗତ ଅଗଷ୍ଟ ମାସ ୨୧ ତାରିଖ ଦିନ ଗାଁର ନିରଞନ ସେଠୀ ଓ ତାଙ୍କ ସାନ ଭାଇ ପଦୁ ସେଠୀ ଏବଂ ତାଙ୍କ ପୁଅ ରିଙ୍କୁ ସେଠୀ ତିନିଜଣ ମିଳିତ ହୋଇ ଗାଁଛକରେ କୌଣସି କାରଣରୁ ଗାଁର ନିରଞନ ମହାକୁଡଙ୍କ ପୁଅ ଗିରିଧାରୀ ମହାକୁଡଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ ଗିରିଧାରୀ ଆଜି ପର୍ଯ୍ୟନ୍ତ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ୍‌ମିଟ୍ ହୋଇ ରହିଛନ୍ତି । ତେବେ ଘଟଣାଟି ଅଗଷ୍ଟ ୨୧ରେ ଘଟିବା ପରେ ୨୨ ତାରିଖ ଗିରିଧାରୀଙ୍କ ସାନଭାଇ ନିର୍ମଳ ମହାକୁଡ ଆସି ଘଟଗାଁ ଥାନାରେ ଲିଖିଥ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଘଟଗାଁ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଗିରିଧାରି ଶାରିରୀକ ଅକ୍ଷମ ହୋଇଯାଇଥିବାର ଦେଖି ଗାଁରେ ଥିବା ୧୯ଟି ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ପାଳିକରି ଗିରିଧାରି ପରିବାରଙ୍କୁ ଖାଇବା ପିଇବାର ଦାୟୀତ୍ୱ ଦେବା ସହିତ ଦୋଷିଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିସୃତି ଦେବା ସହିତ ଘଟଣା ସ୍ଥଳରୁ ଅଭିଯୁକ୍ତ ନିରଞନ ସେଠୀଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ନିରଞନ ସେଠୀଙ୍କ ଥାନାକୁ ଆଣିବାର ମାତ୍ର କିଛିଦିନ ପରେ ପୋଲିସ୍ କବଳରୁ ନିରଞନ ଫେରାର୍ ହୋଇଥିବା ଜଣାପଡିଛି । ପୋଲିସ୍ କବଳରୁ ଜଣେ ସାଧାରଣ ଗାଁ ଲୋକ ଫେରାର୍ ହୋଇଗଲା କିପରି ? ଯାହା ଘଟଗାଁ ପୋଲିସ୍‌ର କାର୍ଯ୍ୟ ଉପରେ ଗ୍ରାମବାସୀଙ୍କର ସନ୍ଦେହ ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଅଭିଯୋଗ କରିବାର ଆଜକୁ ଏକ ମାସରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଘଟଗାଁ ପୋଲିସ୍ କୌଣସି ତଦନ୍ତ କରୁନାହିଁ କିମ୍ବା ଦୋଷିଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଉନାହିଁ ଏବଂ ଘଟଣା ସମ୍ବନ୍ଧରେ ପଚାରିଲେ ତଦନ୍ତ ଚାଲିଛି, ଆମେ ତାକୁ ଖୋଜି ଖୋଜି ପାଉନୁ ! ଏଭଳି ମିଛ କହି ଆଜକୁ ଏକ ମାସରୁ ଉର୍ଦ୍ଧ୍ୱ ହେବ ଠକି ଚାଲିଛି ଘଟଗାଁ ପୋଲିସ୍ ବୋଲି ଗାଁଲୋକେ ଏଭଳି ଅଭିଯୋଗ ଆଣିବା ସହିତ ଘଟଗାଁ ପୋଲିସ୍‌ର ଏଭଳି ଖାମ୍‌ଖିଆଲି କାର୍ଯ୍ୟ ପାଇଁ ଆଜି ଦିନ ୧୨ଘଟକା ସମୟରେ ବାଇଗଣପାଳ ଗ୍ରାମର ୧୯ଟି ସ୍ୱୟଂ ସହାୟକ ଗୋଷ୍ଠିର ଶତାଧିକ ମହିଳା ନ୍ୟାୟ ଦାବିରେ ଘଟଗାଁ ଥାନା ଘେରାଉ କରି ଘଂଟା ଘଟାଂ ଧରି ଆନ୍ଦୋଳନ କରିଥିଲେ । ଯାହା ଫଳରେ ପୋଲିସ୍ ଏବଂ ଗୃପ୍ ମହିଳା ମାନଙ୍କ ମଧ୍ୟରେ ଅନେକ ସମୟ ଯୁକ୍ତିତର୍କ ହୋଇଥିଲା । ପରେ ଘଟଗାଁ ଥାନାଧିକାରିଣୀ ଶ୍ରୀମତୀ ବନ୍ଦନା ପାତ୍ର ଏବଂ କିଛି ମହିଳା ପୋଲିସ୍ ମହିଳା ମାନଙ୍କୁ ବୁଝାସୁଝା କରିବା ସହିତ ଆସନ୍ତା ସୋମବାର ଭିତରେ ଫେରାର୍ ହୋଇଥିବା ଅଭିଯୁକ୍ତ ନିରଞନ ସେଠୀ ଏବଂ ତାଙ୍କ ପୁଅ ରିଙ୍କୁ ସେଠୀଙ୍କୁ ଗିରଫ କରିବାର ପ୍ରତିସୃତି ଦେଇଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ ନକଲେ ଆଗାମୀ ଦିନରେ ଗାଁର ୧୯ ସ୍ୱୟଂ ସହାୟକ ଗୋଷ୍ଠିର ସମସ୍ତ ମହିଳା ମାନେ ଜିଲ୍ଲା ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ବୋଲି ଚେତାବନି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ