ମାସେ ହେଲା ବଳାଶ୍ରମରୁ ନିଖୋଜ ଥିବା ଛାତ୍ରକୁ ଉଦ୍ଧାର କଲା ପୁଲିସ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ମଠଡାହି ସ୍ଥିତ ବିଷ୍ଣୁପ୍ରିୟା ବଳାଶ୍ରମ ର ଜଣେ ୫ମ ଶ୍ରେଣୀ ଛାତ୍ର ଗତ ଜୁନ୨୫ତାରିଖରୁ ନିଖୋଜ ହୋଇଥିବା ଆଜି ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ପୁଲିସ ତାକୁ ତରତର ରା ଛକ ନିକଟରୁ ଉଦ୍ଧାର କରିବାରେ ସଫଳ ହୋଇଛି। ଖବରରୁ ଜଣା ଯାଇଛି କି ଗତ ଜୁନ ମାସ୨୫ ତାରିଖ ଦିନ କୁଣ୍ଡିସାହି ସ୍କୁଲରେ ପଢ଼ୁଥିବା ୫ମ ଶ୍ରେଣୀର ଛାତ୍ର ଗଣେଶ ପ୍ରସାଦ(୧୩) ସ୍କୁଲ କୁ ଯାଇ ଆଉ ବାଳାଶ୍ରମ କୁ ଫେରି ନଥିଲା। ପ୍ରାର୍ଥନା ସମୟରେ ତାର ଅନୁପସ୍ଥିତ ସମ୍ପର୍କରେ ଜଣା ପଡିଥିଲା। ବାଳାଶ୍ରମ କର୍ତ୍ତୃପକ୍ଷ ବହୁ ଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ତାର ସନ୍ଧାନ ପାଇ ନଥିଲେ। ବାଳାଶ୍ରମ କର୍ତ୍ତୃପକ୍ଷ ନନ୍ଦିପଦା ଥାନାରେ ଏନେଇ ଅଭିଯୋଗ କରିଥିଲେ।ପୋଲିସ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ବି କିଛି ସନ୍ଧାନ ମିଳିନଥିଲା। ଗଣେଶ ପ୍ରସାଦର ଘର ବଡବିଲ ଅଂଚଳରେ ହୋଇଥିବା ବେଳେ ତାଙ୍କ ଘର ସମେତ ବିଭିନ୍ନ ଅଞ୍ଚଳ କୁ ଯାଇ ବାଳାଶ୍ରମ କର୍ତ୍ତୃପକ୍ଷ ଖୋଜାଖୋଜି କରୁଥିଲେ ମଧ୍ୟ ତାର ସନ୍ଧାନ ମିଳି ପାରିନି। ଆଜି ଏ ସମ୍ପର୍କରେ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ତରତରା ଛକରେ ଥିବାନେଇ କିଛି ବ୍ୟକ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। । ଗଣମାଧ୍ୟମ ପ୍ରତିନିଧି ଙ୍କ ଠାରୁ ଖବରପାଇ ବାଳାଶ୍ରମ କର୍ତ୍ତୃପକ୍ଷ ଓ ନନ୍ଦିପଦା ପୁଲିସ ପହଂଚି ତରତରା ଛକ ର ଜଣେ ବ୍ୟକ୍ତିଙ୍କ ଘରୁ ତାକୁ ଉଦ୍ଧାର କରିଥିଲେ। ପରେ ପୁଲିସ ଛାତ୍ର ଜଣକୁ ବାଳାଶ୍ରମ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ