ମାସ୍କ ନ ପିନ୍ଧିବାରୁ ୧୫୦୦ ଜୋରିମାନା ଆଦାୟ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ) ; ମାସ୍କ ନ ପିନ୍ଧିବାରୁ ବୁଧବାର ଅତିରିତକ୍ତ ତହସିଲଦାର ଗୋଟିଏ ଦୋକାନରୁ ୧୫୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହି ଦୋକାନଟି ମହିପାଳ ଠାରେ ଅବସ୍ଥିତ । ଏହି ଦୋକାନର କର୍ମଚାରୀ ଓ ଗ୍ରାହକ ମାସ୍କ ପିନ୍ଧି ନ ଥିବା ଜଣେ ବୁଦ୍ଧିଜୀବୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ଫଳରେ ତହସିଲଦାର ହେମଲତା ବାହାଲିଆ ଅତିରିକ୍ତ ତହସିଲଦାର ନମିତା ବାରିକଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ । ଅଭିଯୋଗ ପାଇବା ପରେ ଅତିରିକ୍ତତ ତହସିଲଦାର ନମିତା ବାରିକ ଚଢାଉ କରି ୧୫୦୦ ଟଙ୍କା ଜୋରିମାନା ଆଦାୟ କରିଥିଲେ ।