ମାସ୍କ ନ ପିନ୍ଧିବାରୁ ୩୨ ହଜାରଟଙ୍କା ଜୋରିମାନା ଆଦାୟ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ କୋଭିଡ-୧୯ ନିୟମକୁ ଉଲ୍ଲଙ୍ଘନ କରି ମୁହଁରେ ମାସ୍କ ପିନ୍ଧିନଥିବା ଅଭିଯୋଗରେ ଦୋକାନୀ ଓ ଗ୍ରାହକମାନଙ୍କ ଠାରୁ କୋଭିଡ-୧୯ ଆଇନ ଅନୁଯାଇ ଜୋରିମାନା ଆଦାୟ କରାଯାଇଛି । ଅତିରିକ୍ତ ତହସିଲଦାର ନମିତା ବାରିକ ଓ ଟାଉନ ସର୍କଲର ରାଜସ୍ୱ ନୀରିକ୍ଷକ ବିଶ୍ୱବିଜୟୀ ପରିଡା ଏହିସବୁ ସ୍ଥାନରେ ଚଢାଉ କରି ବୁଧବାର ୧୨ହଜାର ଏକଶହ ଟଙ୍କା ଓ ଗୁରୁବାର ୧୯ହଜାର ୯ଶହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଦୁଇଦିନରେ ମୋଟ ୩୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହି ଚଢାଉ ସମୟରେ ଅତିରିକ୍ତ ତହସିଲଦାର ଶ୍ରୀମତୀ ବାରିକ ନିଶ୍ଚିତ ହୋଇଥିଲେ ଯେ ଏମାନେ ମାସ୍କ ନ ପିନ୍ଧି ବ୍ୟବସାୟ କରୁଥିବା ସହ ଗ୍ରାହକମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ପାଇଁ ସଚେତନ କରୁନାହାନ୍ତି । ଯାହା ଫଳରେ କରୋନା ଭୁତାଣୁ ସଂକ୍ରମଣ ହେବାରେ ଏମାନେ ବାହାକ ସାଜି ପାରନ୍ତି । ସେଥିପାଇଁ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା ।