ମାସ୍କ ନ ପିନ୍ଧିଲେ ଗଣିବେ ୨୦୦ଟଙ୍କା ଜରିମାନା
ବ୍ରହ୍ମପୁର, (ଅନିଲ କୁମାର): ଏବେ ବ୍ରହ୍ମପୁରରେ ଯେପରି ଭାବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ତାହାକୁ ନଜରି ରଖି ବ୍ରହ୍ମପୁର ଉପଜିଲ୍ଲାପାଳ ସଂକ୍ରମଣକୁ ରୋକିବା ପାଇଁ ମାସ୍କ୍କୁ ବାଧ୍ୟତାମୂଳକ କରିବା ସହ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଫାଇନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ଉପଜିଲ୍ଳାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ତତ୍ତ୍ୱାବଧାନରେ ତହସିଲ୍ଦାର, ନିର୍ବାହୀ ମାଜିଷ୍ଟ୍ରେଟମାନେ ବ୍ରହ୍ମପୁର ମହାନଗର ଓ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ ଭାବେ ପୋଲିସ ଉପସ୍ଥିତିରେ ଯାଞ୍ଚ ଆରମ୍ଭ କରାଯାଇଛି ।ଏପରିକି ବିନା ମାସ୍କ ଧାରୀଙ୍କୁ ତାଗିଦ କରିବା ସହ ମାସ୍କ ନ ପିନ୍ଧିଲେ ଏହାର ପରିଣତି ନେଇ ବୁଝାଇବା ସହ ପ୍ରଥମ ଦଫାରେ ୨୦୦ ଟଙ୍କା ଜରିମାନା ଆଦାୟ କରାଯାଉଥିବା ଜଣାପଡ଼ିଛି ।


