ମାସ୍କ ନ ପିନ୍ଧିଲେ ମିଳିବନି ସାମଗ୍ରୀ
ହିଞ୍ଜିଳିକାଟୁ (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ସଚେତନତା ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ନିଆଯାଇଥିବା ନିଷ୍ପତିକୁ ବିଭିନ୍ନ ସ୍ତରରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଘରୁ ଅତ୍ୟାବଶ୍ୟକ ସମୟରେ ଘରୁ ବାହାରକୁ ବାହାରିବା ସମୟରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁ ମାନେ ବାହାରକୁ ଆସିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରୁନଥିବେ, ସେମାନଙ୍କନିକଟରୁ ୨ଶହ ଟଙ୍କା ଜୋରିମାନା ଆଦାୟ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ବଜାର ସଉଦା କରିବାକୁ ଆସିବା ସମୟରେ ମାସ୍କ ବ୍ୟବହାର କରିବା ନିହାତି ଜରୁରୀ, ନଚେତ ସାମଗ୍ରୀ ଦିଆଯିବ ନାହିଁ ବୋଲି ରୋକ ଠୋକ୍ ନିଷ୍ପତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସ୍ଥାନୀୟ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ପୌର କର୍ମଚାରୀ ମାନେ ସ୍ଥାନୀୟ ପୌରାଂଚଳର ପରିବା ବଜାର ଓ ଲକ୍ଷ୍ମୀ ବଜାର ସମେତ ବିଭିନ୍ନ ୱାର୍ଡ଼ରେ ଗଢି ଉଠିଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମାଲିକ ମାନଙ୍କୁ ସଚେତନ କରାଯାଇଥିଲା । ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାର କରୁନଥିବା ଗ୍ରାହକଙ୍କୁ ସାମଗ୍ରୀ ନଦେବା ଲାଗି । ଏହାକୁ ଅବମାନାନା କଲେ ଦୋକାନୀ ମାଲିକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଥିଲା । ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସମ୍ମୁଖରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା ନାହିଁ ତ ସାମଗ୍ରୀ ନାହିଁର ସାଇନ ବୋର୍ଡ଼ ଲଗାଯାଇଥିଲା । ଶୁକ୍ରବାର ଠାରୁ ଏହାକୁ ସମ୍ପୁର୍ଣ୍ଣ କଡ଼ା କଡ଼ି ଭାବେ ପାଳନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଉକ୍ତ ସଚେତନ କାର୍ଯ୍ୟକ୍ରମରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ, ତହସିଲଦାର ଗୋପିନାଥ କୁଅଁର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଥାନା ଏସ.ଆଇ. ଇାସୁଦେବ ଭୋଇଙ୍କ ସମେତ ପୌର ପରିଷଦ ଓ ଥାନାର ବହୁ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।


