ମା’ସ୍ୱର୍ଣ୍ଣମୟୀଙ୍କ ପୀଠରେ ବିଷୁବମେଳା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମରେ ମା’ସ୍ୱର୍ଣ୍ଣମୟୀ ଦେବୀଙ୍କ ପୀଠରେ ବିଷୁବ ମେଳା ଅନୁଷ୍ଠିତ ହେଉଛି । ମହାଦେବ ପୁଷ୍କରିଣୀରୁ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଘୁନାଥ ନାୟକ, କୃଷ୍ଣ ଚନ୍ଦ୍ର ଲେଙ୍କା, ପର୍ଶୁରାମ ନାୟକ, ଅଭିମନ୍ୟୁ ରାଉତ, ସଂଗ୍ରାମ କେଶରୀ ଲେଙ୍କା, ବଟକୃଷ୍ଣ ରାଉତ, କୃପାସିନ୍ଧୁ ମହାନ୍ତି, ପ୍ରଦୀପ ଜେନା, ଧ୍ରୁବ ଚରଣ ଲେଙ୍କା, ରମେଶ ଲେଙ୍କା, ସାବିତ୍ରୀ ଲେଙ୍କା, କୌଶଲ୍ୟା ନାୟକ, ସଂଯୁକ୍ତା ନାୟକ ପ୍ରମୁଖ କଳସ ଆଣିଥିଲେ । ଏଥିରେ ପୂଜକ ଭାବେ ପଦ୍ମନାଭ ପଣ୍ଡା, ନାରାୟଣ ଦ୍ୱିବେଦୀ, ଉପେନ୍ଦ୍ର ମିଶ୍ର, ବସନ୍ତ ମିଶ୍ର ପୂଜା କାର୍ଯ୍ୟ ତୁଲାଉଛନ୍ତି । ଦୀର୍ଘ ୫୦୦ ବର୍ଷ ପୂର୍ବରୁ ପଣା ସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ପୂଜା ଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ତିନି ଦିନ ବ୍ୟାପୀ ଅନୁଷ୍ଠିତ ଏହି ପୂଜା ଯଜ୍ଞରେ ଆଖପାଖ ଅଂଚଳର ଶହଶହ ଲୋକ ମାଆଙ୍କ ପୀଠରେ ରୁଣ୍ଡିଭୂତ ହୋଇଥାନ୍ତି ।


